ଟିଟିଲାଗଡ; (ସଞ୍ଜୟ କୁମାର ନାୟକ)ଗୁରୁବାର ଦିନ ସକାଳ ୦୯ ଘଣ୍ଟା ସମୟରେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ କଡ଼ରେ ଥିବା ଏକ ଭୂମି ଉପରେ ବିଜୁ ସ୍ମୃତି ସଦନର ଭୂମି ପୂଜନ ଟିଟିଲାଗଡ ବରିଷ୍ଠ ନାଗରିକ ସଙ୍ଘର ସଭାପତି ଡ ଘନଶ୍ୟାମ ଜୈନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ପ୍ରଥମେ ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିବା ସହ ଉପ ଢୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହା ପରେ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣ ସହିତ ମନ୍ତ୍ରୀଙ୍କ କରକମଳରେ ନଡ଼ିଆ ବାଡେଇ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ।

ଏହି ସଦନଟିକୁ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ପାଣ୍ଠିରୁ ଏହି ବିଜୁ ସ୍ମୃତି ଭବନକୁ ଟିଟିଲାଗଡ ବରିଷ୍ଠ ନାଗରିକ ସଂଘକୁ ଉତ୍ସର୍ଗିକୃତ୍ କରାଯାଇଛି। ବରିଷ୍ଠ ନାଗରିକ ମାନେ ସଦାବେଳେ ସହରର ବିକାଶ କାର୍ଯ୍ୟରେ ସେମାନେ ମତ ପୋଷଣ କରନ୍ତି, ସେମାନେ ଚାକିରୀରୁ ଅବସର ଗ୍ରହଣ କରିବା ପରେ ସେମାନଙ୍କ ନିମନ୍ତେ ଭାବର ଆଦାନ ପ୍ରଦାନ ସହ ସଭା ସମିତି, ବିଚାର ବିମର୍ଶ ପାଇଁ ଏକ ସମ୍ମିଳନୀ କକ୍ଷ ଦରକାର, ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ଏହି ବିଜୁ ସ୍ମୃତି ଭବନ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଅପର ପକ୍ଷରେ ମନ୍ତ୍ରୀଙ୍କ ଚେଷ୍ଟା ସ୍ୱରୂପ ସହରର ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏହି ଭବନ ଉତ୍ସର୍ଗୀକୃତ କରିଥିବାରୁ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ସଭାପତି ଡ ଜୈନ। ଏହି ଅବସରରେ ବରିଷ୍ଠ ନାଗରିକ ସଙ୍ଘର କୋଷାଧ୍ୟକ୍ଷ ଶ୍ରୀ ବୃନ୍ଦାବନ ଷଡଙ୍ଗୀ, ବରିଷ୍ଠ ନାଗରିକ ସଙ୍ଘର ଭିକାରି ଚରଣ ମିଶ୍ର, ରାଧାକାନ୍ତ ପାଢ଼ୀ, ସଚ୍ଚିକାନ୍ତ ରଥ, ଲକ୍ଷ୍ମୀକାନ୍ତ ମହାପାତ୍ର, ଈଶ୍ୱର ଜୈନ, ଚକ୍ର ପଟ୍ଟନାୟକ, ରତ୍ନାକର ସାହୁ, ସେବକ ଚରଣ ଦାସ, ରାଜିବ ଲୋଚନ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ବନମାଳୀ ଦାସଙ୍କ ସମେତ ବରିଷ୍ଠ ନାଗରିକ ସଙ୍ଘର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।