ବୌଦ୍ଧ; (ଚିତ୍ତ ରଂଜନସିଂ ) ମନମୁଣ୍ଡା-ସୋନପୁର ତେଲ ନଦୀ ବ୍ରିଜ ଉପରେ ଅଘଟଣ । ବାଇକ କୁ ପିଟିଲା କାର । ତେଲ ନଦୀ ବ୍ରିଜ ର ୨୦ଫୁଟ ତଳକୁ ଖସିଲେ ଦୁଇ ବାଇକ ଅରୋହି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ବାଇକ ଅରୋହି ଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଛି । ସୁଚନା ଅନୁସାରେ ସୁବର୍ଣ୍ଣପୁର ପଟୁ ୩ ଜଣ ଯୁବକ ଏକ ବାଇକରେ ବୌଦ୍ଧ ଆଡକୁ ଯାଉଥିବା ବେଳେ ଆଗରୁ ଆସୁଥୀବା ଏକ କାର ଧକ୍କା ଦେଇ ଫେରାର ମାରିଥିଲା ।
ଫଳରେ ବାଇକରେ ଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ବାଇକ ଆରୋହି ଛିଟିକି ପଡି ତେଲ ନଦୀ ର ୨୦ଫୁଟ ଭିତରେ ପଡିଯାଇଥିଲେ । ଅନ୍ୟ ଜଣେ ଆରୋହି ବ୍ରିଜ ଉପରେ ପଡିଯିବା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା ।
ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ଅନ୍ୟ ଦୁଇ ବାଇକ ଆରୋହିଙ୍କୁ ଅଗ୍ନିଶମ ବିଭାଗ ଡଙ୍ଗା ସାହାଯ୍ୟରେ ଦୁଇଘଣ୍ଟା ର ପରିଶ୍ରମ ପରେ ନଦି ଭିତରକୁ ଯାଇ ଉଦ୍ଧାର କରିଥିବାବେଳେ ସେମାନେ ସୁରକ୍ଷିତ ଥିବା ଜଣା ପଡିଛି । ଗୁରୁତର ମାନେ ହେଲେ ମନମୁଣ୍ଡା ଥାନାର ଡମାମୁଣ୍ଡା ଗ୍ରାମର ବରୁଣ ସାଳମା ଓ ଅଶୋକ ରାଜହଂସ । ଗୁରୁତର ଜଣକ ହେଲେ ଦୁଷ୍ଟ ରାଜହଂସ । ସେ ସୋନପୁର ଚିକିତ୍ସାଳୟ ରେ ଚିକିତ୍ସିତ ହୋଉଛନ୍ତି I ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ କରୁଛି ।