ବଲାଙ୍ଗୀର ବ୍ୟୁରୋ :୨୬/୦୧(ନରେନ୍ଦ୍ର ନେଗୀ)ଆଜି ବଲାଙ୍ଗିର ଭୁବନେଶ୍ବର ଇଣ୍ଟରସିଟି ଟ୍ରେନ୍ ଆଗକୁ ଜନେ ଅଜଣା ବୃଦ୍ଧା ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି lବୃଦ୍ଧା ଙ୍କ ବୟସ ପାଖାପାଖି ୬୦ ବର୍ଷ ହେବ ବୋଲି ଜଣାପଡିଛି l

ଆଜି ଅପରାହ୍ଣ ପ୍ରାୟ ୩ଟା ସମୟରେ ବଲାଙ୍ଗିର ଭୁବନେଶ୍ବରବଲାଙ୍ଗିର ଭୁବନେଶ୍ବର ଇଣ୍ଟରସିଟି ଟ୍ରେନ୍ ଆଗକୁ ଡେଇଁ ପଡି ବୃଦ୍ଧାଙ୍କ ଆତ୍ମହତ୍ୟା ଇଣ୍ଟରସିଟି ଡାଉନ୍ ଲୋଇସିଂହା ଦେଇ ଯାଉଥିବା ବେଳେ ତେଣ୍ଡା ପଦର ରେଲୱେ ବ୍ରିଜ୍ ନିକଟରେ ବୃଦ୍ଧା ଜଣକ ଟ୍ରେନ୍ ଆଗକୁ ଡେଇଁ ପଡିଥିଲେ l ଦୃତ୍ ଗତିରେ ଯାଉଥିବା ଟ୍ରେନ୍

ବଲାଙ୍ଗିର ଭୁବନେଶ୍ବର ଇଣ୍ଟରସିଟି ଟ୍ରେନ୍ ଆଗକୁ ଡେଇଁ ପଡି ବୃଦ୍ଧାଙ୍କ ଆତ୍ମହତ୍ୟା ଧକ୍କାରେ ବୃଦ୍ଧାଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଯାଇଛି l ବୃଦ୍ଧା ଜଣକ କେଉଁ କାରଣରୁ ଆତ୍ମହତ୍ୟା କରୁଛନ୍ତି କିମ୍ବା ତାଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ l ଘଟଣାସ୍ଥଳରେ ବଲାଙ୍ଗିର ରେଲୱେ ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି l