ଟିଟିଲାଗଡ଼ :  ( ସଞ୍ଜୟ କୁମାର ନାୟକ)ସୋମବାର ଦିନ ଟିଟିଲାଗଡ ଠାରେ ସ୍ଵାଗତ ଓ ବିଦାୟକାଳୀନ ସଭା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ନୂତନ ଭାବେ ଯୋଗ ଦେଇଥିବା ଉପଜିଲ୍ଲାପାଳ ଶ୍ରୀ ରେହାନ ଖାତ୍ରି, (ଭାପ୍ରସେ)ଙ୍କୁ ସ୍ଵାଗତ କରାଯାଇଥିବା ବେଳେ ପୂର୍ବରୁ ଏଠାରେ ଅବସ୍ଥାପିତ ଥିବା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀ (ଓପ୍ରସେ)ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବର୍ତ୍ତମାନ ଶ୍ରୀଯୁକ୍ତ ପାଢୀ ସରକାରଙ୍କ ଆଦେଶ ଅନୁଯାୟୀ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ କୋରାପୁଟକୁ ବଦଳି ହୋଇଛନ୍ତି।

ଶ୍ରୀ ପାଢୀଙ୍କ ଏକ ବର୍ଷ କାର୍ଯ୍ୟ କାଳରେ କାର୍ଯ୍ୟଶୈଳୀ, ବିଭିନ୍ନ କାର୍ଯ୍ୟକ୍ରମ, ସରକାରୀ ହେଉ କି ସାମାଜିକ ସ୍ତରରେ ପରିଚାଳନା କରିବାରେ ସଫଳ ହୋଇଥିବା ବିଷୟରେ ଉପସ୍ଥିତ ଥିବା ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ବିଡିଓ, ତହସିଲଦାର, ଅଧିକାରୀ ତଥା କର୍ମଚାରୀ ବୃନ୍ଦ ନିଜ ନିଜ ଅନୁଭୂତି ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଅଭିନାଶ ଲାକ୍ରା, ଶୁଭାସିସ ଶତପଥୀ, ସହାୟକ ଜିଲ୍ଲାପାଳ ଚନ୍ଦ୍ର ପ୍ରସାଦ ଦେହୁରି, ତହସିଲଦାର ସରୋଜା ବେହେରା, ବିଡିଓ ଶ୍ରୀ ସୁଶାନ୍ତ କୁମାର ରଣା, ସହକାରୀ ଯୋଗାଣ ଅଧିକାରୀ ସଂକର୍ଷଣ ଭୁଏ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଆକାଶ ପଣ୍ଡା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି, ବିଡିଓ, ବଙ୍ଗୋମୁଣ୍ଡା, ବାସନ୍ତୀ ଶେଠୀ, ବିଡିଓ ତୁରେକେଲା, ସଂକର୍ଷଣ ବେହେରା, ବିଡିଓ ମୁରିବାହଲ, ତହସିଲଦାର, ବଙ୍ଗୋମୁଣ୍ଡା, ଯୋଷ୍ଣା ମାଝି, ତହସିଲଦାର ସଇଁତଳା, ବିନୟ ଭୋଇ, ତହସିଲଦାର, ମୁରିବାହଲ, ତହସିଲଦାର, କଣ୍ଟାବାଞ୍ଜି ଏବଂ କାର୍ଯ୍ୟାଳୟର ସେକ୍ଶନ ଅଧିକାରୀ ମାଧୁରୀ ପଟ୍ଟନାୟକ, ଯୁଗଲ କିଶୋର ରାଉତ, ବରିଷ୍ଠ କିରାଣୀ ରଜନୀକାନ୍ତ ନନ୍ଦ, ଶ୍ୟାମ କୁମାର ଶେଠ,ଲଲିତ ତାଣ୍ଡି, କନିଷ୍ଠ କିରାଣୀ ନିବେଦିତା ମୁଖାର୍ଜୀ, ସନ୍ତୋଷ ବାଗ, ଯୋସୋକେତନ ବୋଧିଆ ଡିଈଓ ରାଧାକାନ୍ତ ମହାନ୍ତି, ଡମ୍ବରୁଧର ଚିନାଗୁଣ୍ଡ, ସୁଶାନ୍ତ କୁମାର ବେହେରା ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।