
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ର ଛଅ ତମ ବର୍ଷ ପୂର୍ତ୍ତି ଅବସରରେ ଧର୍ମଗଡ ରକ୍ତ ଭଣ୍ଡାର ଠାରେ ସଂଗଠନ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚୋକମା ଯୋଗଦେଇଥିବା ବେଳେ ତହସିଲଦାର୍ ସଞ୍ଜୟ କୁମାର ସାମନ୍ତରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ।ରକ୍ତ ଦାନ ଶିବିରରେ ପ୍ରଥମେ ସ୍ବେଛାକୃତ ରକ୍ତଦାତା ତଥା ସଙ୍ଘ ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ମହେଶ୍ୱର ସୁନାନୀ ପ୍ରଥମେ ରକ୍ତଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ l
କାର୍ଯ୍ୟକ୍ରମ ରେ ସମାଜସେବୀ ଢଗ ମାଲିଆ ନାଏକ ଉପସ୍ଥିତ ରହି ଉତ୍ସାହିତ କରିଥିବା ବେଳେ ଧର୍ମଗଡ ଏନ.ଏ.ସି ସଭାପତି ଭବାନୀ ସତନାମୀ, ଜୋନ ସଭାପତି ଅଙ୍କିତ ସେଠୀ, ଶକ୍ତି ରଞ୍ଜନ ଭୋଇ, ମୃତ୍ୟୁଞ୍ଜୟ ନାଏକ, ଜ୍ଞାନ ରଞ୍ଜନ ନାଏକ, କୋପନେଶ୍ୱର ବେମାଲ ଜୟପାଟଣା ଟିମ୍ ସଭାପତି ତୁଲାରାମ ରଣା ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ କରିବା ସହ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଡାକ୍ତର ଅଭିଳାଷ ନେଗୀ, ରାକେଶ ସିଂ, ନିଗମ ଗୋପାଳ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଶେଷରେ ସଂଗଠନ ର ସମସ୍ତ କାର୍ଯ୍ୟକର୍ତ୍ତା ଯଶୋଦା ଅନାଥ ଆଶ୍ରମ ରେ ଛଅ ତମ ବାର୍ଷିକ ଉତ୍ସବ ପାଳନ କରିଥିଲେ ।