ହରଭଙ୍ଗା : (ଚିତ୍ତରଞ୍ଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଉପାନ୍ତ ଅଧୁଷିତ ଅଂଚଳ ତଳଗାଁ ପଞ୍ଚାୟତ ଠାରେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପଞ୍ଚାୟତରାଜ,ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଆଜି ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭିତ୍ତି ପ୍ରସ୍ଥର ସ୍ଥାପନ ଓ ଉଦ୍ଘାଟନ କରିଛନ୍ତି l ଉକ୍ତ ପଞ୍ଚାୟତ ର ଡାକପଦର, ଗଣ୍ଡା ପାଜୁ, ଗୋରଡା ମୁଣ୍ଡା, କିରାମlସ୍କା,ଗଣ୍ଡିସର, ଗୋଛାବାରୀ, ସାନ ଗୁଣ୍ଡୁରୀ ସାହି, ପତାକା ବାରି, ସାନ କୁଇ ଓ ତଳଗାଁ ଆଦି୧୦ ଗୋଟି ଗ୍ରାମରେ ୧୦ ଗୋଟି ଉଠା ଜଳସେଚନ ପ୍ରକଳ୍ପ ୪ କୋଟି ୭୦ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ର ବ୍ୟୟ ଅଟକଳରେ ଭିତ୍ତି ପ୍ରସ୍ଥର ସ୍ଥାପନ ସହିତ ଶୁଭ ଉଦ୍ଘାଟନ, ତଳଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ, ବେହେରା ସାହି ନାଳ ଉପରେ ନୂତନ ସେତୁ ନିର୍ମାଣ ର ଭିତ୍ତି ପ୍ରସ୍ଥର ସ୍ଥାପନ ସହିତ ବେହେରା ସାହି ଗ୍ରାମ୍ୟ ସଡ଼କ ଠାରୁ ଗୋଠ ଖୋଲ ପର୍ଯ୍ୟନ୍ତ ନୂତନ ରାସ୍ତର ଭିତ୍ତି ପ୍ରସ୍ଥର ସ୍ଥାପନ କରାଯାଇଛି l
ଉକ୍ତ ୧୦ ଗୋଟି ଉଠାଜଳ ପ୍ରକଳ୍ପ ରୁ ପ୍ରାୟ ୬୦୦ ହେକ୍ଟର ଚାଷ ଜମିରେ ଜଳ ସେଚନ ହୋଇପାରିବ ବୋଲି ଅନୁମାନ କରାଯାଇଛି l ଉନ୍ନୟନ ମୂଳକ କାର୍ଯ୍ୟର ଉଦ୍ଘାଟନୀ ଉତ୍ସବ ପରେ ଏକ ସାଧାରଣ ବୈଠକ ତଳଗାଁ ଶିବ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ ବୈଠକ ରେ ମନ୍ତ୍ରୀ ଙ୍କ ସମେତ ସମ୍ମାନିତ ଅତିଥିଭାବେ ଓଡିଶା ଉଠା ଜଳ ସେଚନ ନିଗମ ର ଅଧ୍ୟକ୍ଷ -ଅମରେଶ ପତ୍ରୀ, ବୌଦ୍ଧ ଜିଲ୍ଲା ବିଜେଡି ପର୍ଯ୍ୟ ବେକ୍ଷକ ଚିତ୍ତ କର୍ଣ୍ଣ, ସାଂସଦ ପ୍ରତିନିଧି ବିଶ୍ୱଜିତ ପ୍ରଧାନ,ସ୍ଥାନୀୟ ସରପଞ୍ଚ ପ୍ରତିମା କହଁର , ବାଣିଭୂଷଣ ପୁର ସରପଞ୍ଚ ଶ୍ରୀବନ୍ତ ମେହେର, ଛତ୍ରଙ୍ଗ ଓ ମହାଲିକପଡା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଗଣ ଉପସ୍ଥିତ ରହିଥିଵା ବେଳେ ଜ୍ୟୋତି ରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ l ଉକ୍ତ ସଭା କାର୍ଯ୍ୟକ୍ରମ ରେ ଅଂଚଳର ବହୁ ଜନସାଧାରଣ ଉପସ୍ଥିତ ରହିଥିବା ବେଳେ ବିଜେଡି ର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା l