ଟିଟିଲାଗଡ: ( ସଞ୍ଜୟ କୁମାର ନାୟକ)ବୁଧୁବାର ସଂଧ୍ୟାରେ ଟିଟିଲାଗଡ଼ର ନୂତନ ଥାନାଧିକାରୀ ଭାବେ ଶ୍ରୀଯୁକ୍ତ ଅବନି ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପୁର୍ବରୁ ସେ ସଇଁତଳା ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ, ପ୍ରକାଶ ଯୋଗ୍ୟ ଯେ ଶ୍ରୀ ସାହୁ ପୁର୍ବରୁ ଟିଟିଲାଗଡ ଥାନା ଓ ରେଳବାଇ ଥାନାରେ କାର୍ଯ୍ୟ ମଧ୍ଯ କରି ସାରିଛନ୍ତି।
ଯେହେତୁ ତାଙ୍କର ଏହି ସହର ସହ ପୁରୁଣା ଅଭିଜ୍ଞତା ରହିଛି ତେଣୁ ସହରର ଟ୍ରାଫିକ ବ୍ୟବସ୍ଥା,ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ଓ ଅପରାଧୀ ମାନଙ୍କୁ ଧରିବାରେ ସଫଳ ମଧ୍ୟ ହୋଇଥିଲେ, ସେପୁଣି ଯୋଗ ଦେବା ପରେ ଲୋକଙ୍କ ବିଶ୍ୱାସ ଓ ଭରଷା ପୂର୍ବ ଭଳି ବଜାୟ ରହିବ ବୋଲି ଲୋକେ ଆଶା ବାନ୍ଧିଛନ୍ତି। ଅନ୍ୟ ପକ୍ଷରେ ଟିଟିଲାଗଡ ଥାନାଧିକାରୀ ଥିବା ଶ୍ରୀ ମନୋଜ କୁମାର ପ୍ରଧାନଙ୍କୁ ଲରମ୍ଭା ଥାନାକୁ ବଦଳି ହୋଇଥିବା ସୂଚନା ମିଳିଛି।