ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ଜିଲ୍ଲା ମାତୃ ଓ ଶିଶୁ ଯତ୍ନ ଚିକିତ୍ସାଳୟ ପରିଦର୍ଶନ ରେ ଯାଇ ବିଭିନ୍ନ ବିଭାଗ ବୁଲି ଦେଖିଥିଲେ l ଏହି ଅବସରରେ ସେ ପ୍ରଥମେ ବହିଁ ବିଭାଗ ଟିକେଟ ଗୃହ, ନିରାମୟ କେନ୍ଦ୍ର ଆଦି ବୁଲି ରୋଗୀଙ୍କ ସହ ସିଧା ସଳଖ ଆଲୋଚନା କରିଥିଲେ l ପରେ ନବଜାତ ଶିଶୁ ଯତ୍ନ କେନ୍ଦ୍ର ଓ ପ୍ରସୂତି ୱାର୍ଡ ବୁଲି ଚିକିତ୍ସାଧୀନ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଙ୍କ ସହ ଚିକିତ୍ସାସେବା ସମ୍ପର୍କରେ ଆଲୋଚନା କରିଥିଲେ l

ଡାକ୍ତରଖାନା ପରିସର ମଧ୍ୟରେ ପରିମଳ ବ୍ୟବସ୍ଥାର ତଦାରଖ କରିଥିଲେ l ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ନିର୍ଦ୍ଧିଷ୍ଟ ସ୍ଥାନରେ ପକାଇବାକୁ ଉଭୟ ଡାକ୍ତରଖାନା କର୍ମଚାରୀ ଓ ରୋଗୀ ସମ୍ପର୍କୀୟ ଙ୍କୁ ପରାମର୍ଶ ଦେଇଥିଲେ l ଜିଲ୍ଲପାଳ ଙ୍କ ଏହି ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ବିଶ୍ୱରଂଜନ ପତି, ଏ ଡି ଏମ ଓ ଡ଼ଃ ଦୁର୍ଗାଦତ୍ତ ଦାଶ, ଶ୍ରୀ ବିଶ୍ୱମ୍ବର ବେହେରା ଜିଲ୍ଲା ସଂଯୋଜକ ଜାତୀୟ ସ୍ୱାସ୍ଥ୍ୟ ମିଶନ ତଥା ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ l