ପାଟଣାଗଡ଼:୦୨/୦୨(ନରେନ୍ଦ୍ର ନେଗୀ)ଲୁଚିକି ବାହା ହେଉଥୁବା ଚାଲିଥିବା ବେଳେ ପହଂଚିଗଲା ପତ୍ନୀ |ଆଉ ଏତିକି ବେଳେ ବାହାଘର ରେ ଆରମ୍ଭ ହେଲା ପାଟିତୁଣ୍ଡ, ପରେ ଘଟଣା ଥାନା ରେ ପହଞ୍ଚିଲା ଏବଂ ପୁଲିସ ପହଂଚି ଘଟଣା ର ସମାଧାନ କରିଥିବା ଜଣାପଡିଛି |ଏମିତି ଘଟଣା ଘଟିଛି ପାଟଣାଗଡ଼ ଅଂଚଳ ରେ |ମିଳିଥିବା ସୂଚନା ଅନୁସାରେ ପାଟଣାଗଡ଼ ସାଲେପାଲି ଗାଁ ପ୍ରକାଶ ହରିପାଳ ରବିବାର ଦିନ କୁତମୁଣ୍ଡା ଗାଁ ର ଏକ ଝିଅ କୁ ସାମାଜିକ ରୀତିନୀତି ଅନୁସାରେ ବିବାହା କରୁଥୁଲେ |
ହସ୍ତ ବନ୍ଧନ ପରିବା ବେଳେକୁ ହଠାତ ନିଜ ବାପା ମା ଏବଂ କିଛି ସମାଜସେବି ଙ୍କ ସହ ବାହା ମଣ୍ଡପ କୁ ପହଂଚି ଥିଲେ ପ୍ରିୟମ୍ବଦା ବାଗ |ନିଜ କୁ ପ୍ରକାଶ ର ସ୍ତ୍ରୀ ଦର୍ଶାଇ ପ୍ରତିବାଦ କରିଥିଲେ |ପୁଅ ଘର ଲୋକ ଏହାକୁ ପ୍ରତିବାଦ କରିବାରୁ ଉଭୟ ଙ୍କ ମଧ୍ୟ୍ୟ ରେ ହୋ ହାଲ୍ଲା ହୋଇଥିଲା |ପରେ ପୁଲିସ ଏହାକୁ ନିୟନ୍ତ୍ରଣ କରିବାଥିବା ଜଣାପଡିଛି |ତେବେ ପ୍ରଥମ ସ୍ତ୍ରୀ କହୁଥୁବା ପ୍ରିୟମ୍ବଦା ଙ୍କ କହିବା ଅନୁସାରେ ଗତ 29 /4 /2015 ତାରିଖ ରେ ସାମାଜିକ ରୀତିନୀତି ଅନୁସାରେ ପାଟଣାଗଡ଼ ଥାନା ସାଲେପାଲି ଗାଁ ପ୍ରକାଶ ହରିପାଳ କୁ ସେ ବିବାହ କରିଥିଲେ | |ତେବେପ୍ରିୟମ୍ବଦା ବୁର୍ଲା ର ହୋଇଥିବା ବେଳେ ଥିବା ବସନ୍ତ ବିହାର ଠାରେ ଉଭୟ ଙ୍କ ବିବାହ ହୋଇଥିଳା |
ପ୍ରକାଶ ମଧ୍ୟ୍ୟପ୍ରଦେଶ ର ମୋରବା ଥାନା ଅଂଚଳ ରେ ଏକ କମ୍ପାନୀ ରେ ଚାକିରୀ କରୁଥୁବା ଦୀର୍ଘ ଦିନ ହେବ ଗାଁ ଛାଡି ରାଉଲକେଲା ଝିରପାଣି ଅଂଚଳ ରେ ବସବାସ କରନ୍ତି ପରିବାର |ଏମିତି କି ସାମାଜିକ ରୀତିନୀତି ପରେ ଉଭୟ ରାଉଲକେଲା ରେ ରେଜେଷ୍ଟ୍ରି ମେରେଜ ମଧ୍ୟ୍ୟ କରିଛନ୍ତି | ବିବାହ ପରେ ପ୍ରିୟମ୍ବଦ କୁ ଧରି ନିଜ ଚାକିରୀ କରୁଥୁବା ଅଂଚଳ କୁ ନେଇଥିଲା ପ୍ରକାଶ |ପ୍ରାୟ ଏକମାସ ଧରି ସେଠାରେ ରହିବା ପରେ ବିବାହ ପ୍ରିୟମ୍ବଦା କୁ ରାଉଲକେଲା ବାପା ମା ଙ୍କ ପାଖକୁ ଆଣି ଛାଡି ଦେଇଥିଲେ ପ୍ରକାଶ |ଏହାରି ପରିବାର ଲୋକ ପ୍ରିୟମ୍ବଦାକୁ ଯୌତୁକ ନିର୍ଯାତନା କଥା ଉଠାଇ ନିଜ ମା ଘରେ ଆଣି ପ୍ରିୟମ୍ବଦା କୁ ଛାଡି ଦେଇଥିଲେ |
ପରେ ଉଭୟ ଙ୍କ ମଧ୍ୟ୍ୟରେ ଥିବା କଲହ କୋର୍ଟ ରେ ପହଞ୍ଚିଲା |କିନ୍ତୁ ବର୍ତମାନ କୋର୍ଟ ରେ ମାମଲା ଚାଲିଥିବା ବେଳେ କେମିତି ଦୃତୀୟ ବିବାହ କରିଛି ସସ୍ୱାମୀ ବୋଲି ଅଭିଯୋଗ ଆଣିଛି ପ୍ରିୟମ୍ବଦା |ଅନ୍ୟପଟେ ପୁଅ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନଥିବା ବେଳେ କୋର୍ଟ ରେ ପାଇଥିବା ଡିଭୋସ ପେପର ଥାନା ରେ ଦେଇଥିବା କଥା ସୂଚନା ଦେଇଛନ୍ତି ପାଟଣାଗଡ଼ ଥାନା ଅଧିକାରୀ |