ବଲାଙ୍ଗୀର ବ୍ୟୁରୋ : ୦୨/୦୨(ନରେନ୍ଦ୍ର ନେଗୀ)ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ନିରୁପମା ମାଝି ନେତୃତ୍ବ ରେ ଅନୁଷ୍ଠିତ ହୋଇଥିବା ବିଜୁ ଜନତା ଦଳ ର ଶଙ୍ଖ ଜନ ସମ୍ପର୍କ ଯାତ୍ର ଗୁରୁବାର ଦିନ ତୁରେକେଲା ବ୍ଲକ ତୁରେକେଲା ପଞ୍ଚାୟତ ର, ଲର୍କି,ଗଂଜାଉଡାର,ବୁଢୀବାହାଲ,ବାଗବାହାର,ବାଗବେଲ, ମହୁଳବାହାଲି, ଚେରମ୍ୟାନ ପଡା ରେ ପହଞ୍ଚିଯାଇଛି।

ଘର କୁ ଘର ଯାଇ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକାଭିମୁଖି ଯୋଜନା ଉପରେ ଜନସାଧାରଣ ଙ୍କୁ ବିଜୁ ଜନତା ଦଳ ସକିୟ ସଦସ୍ଯ ମାନେ ସଚେତନତା କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ତୁରେକେଲା ବ୍ଲକ ବିଜେଡି ସଭାପତି ଆଶାଦୁଲ ଖାଁ, ଯୁବ ବିଜେଡି ନେତା ଗିରିରାଜ ସିଂ ମାଝୀ, ଜିଲ୍ଲା ସାଧାରଣ ସମ୍ପାଦିକା ପିଙ୍କି ଖର୍ସେଲ, ବରିଷ୍ଠ ବିଜେଡି ନେତା ଶ୍ରୀଧର ମାଝୀ,ଦୈତାରୀ ଭୋଇ, କଣ୍ଟାବାଞ୍ଜି ନଗର ବିଜେଡି ସଭାପତି ଦେବାର ବାରିକ, ଯୁବ ବିଜେଡି ନେତା, ଲମ୍ବୋ ମାହାନନ୍ଦ, ବିଷ୍ଣୁ ଯୁଏଡ, ବିଟୁ ଶାଙ୍ଗା ସହ ସତାଧିକ ଦଳୀୟ କାର୍ଯ୍ଯକର୍ତ୍ତା ସାମିଳ ହୋଇଥିଲେ।