କୋରାପୁଟ : (ନରେନ୍ଦ୍ର ନେଗୀ)ଗାଁ ବାସୀଙ୍କ ବହୁ ଦିନର ଆଶା ପୂରଣ ହୋଇଥିବାର ଜଣାପଡିଛି !କିଛି ଦିନ ତଳେ ଅଯୋଧ୍ଯାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ଉକ୍ତ ଗ୍ରାମରେ ପଞ୍ଚମୁଖିହନୁମାନ ମନ୍ଦିର ପ୍ରତିଷ୍ଠା କରାଯାଇଥିବାରୁ ଭକ୍ତଙ୍କ ମଧ୍ଯରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହେବା ସହ ଆନନ୍ଦର ଖୁସି ମଧ୍ଯ ଏହି ଗ୍ରାମରେ ଦେଖିବାକୁ ମିଳିଛି ! ରାଞ୍ଚି ବିଜୟଓ୍ବାର୍ଡା ୩୨୬ ନମ୍ବର ଜାତୀୟ ରାଜପଥ କଡ ତଥା ଟାଙ୍ଗିଣିଗୁଡା ଗ୍ରାମରେ ନବନିର୍ମିତ ଶ୍ରୀ ଶ୍ରୀ ସଙ୍କଟମୋଚନ ବୀର ହନୁମାନଙ୍କ ଭବ୍ୟ ମନ୍ଦିରର ବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ମହା ସମାରୋହରେ ଶହ ଶହ ଭକ୍ତଗଣଙ୍କ ଉପସ୍ତିତିରେ ଅନୁଷ୍ଠିତ ହେଉଛି।

ମଙ୍ଗଳବାର ଦିନ ଶ୍ରୀ ଶ୍ରୀ ସଙ୍କଟମୋଚନ ହନୁମାନ ମନ୍ଦିରରେ ଦେବତା ମହାସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଦୁର୍ଲଭ ମହାସ୍ନାନକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ରେ ମନ୍ଦିର ପ୍ରାଙ୍ଗଣ ଭରି ରହିଥିଲା। ଟାଙ୍ଗିଣିଗୁଡା ସହର ସମେତ ଆଖପାଖ ଅଞ୍ଚଳର ବାସୀନ୍ଦା ଙ୍କ ସମେତ ଦଶମନ୍ତପୁର , ମାଝୀଗୁଡା, କାଠପଡା ଶ୍ରଦ୍ଧାଳୁଙ୍କ ସହିତ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଏହି ଉତ୍ସବରେ ସାମିଲ ରହି ସଙ୍କଟମୋଚନ ବୀର ହନୁମାନଙ୍କ ଆଶିଷ ଲାଭ କରିଥିଲେ।।

ଏପରିକି ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ମଧ୍ୟ ଏହି ଉତ୍ସବରେ ସାମିଲ ରହିଥିଲେ। ବିଜେଡି କର୍ମୀ ତଥା ସମାଜସେବୀ ଟି. କିରଣ କୁମାର ଏହି ପଞ୍ଚମୁଖି ହନୁମାନ ଗାଁବାସୀଙ୍କୁ ପ୍ରଦାନ କରିଥିବା ବେଳେ ଟାଙ୍ଗିଣିଗୁଡା ଗ୍ରାମର ଏସ.ଶ୍ରୀନୁବାସ କତ୍ତା ଭାବେ ବସି ପୂଜା କାର୍ଯ୍ଯ କରିଥିଲେ ! ସେହି ପରି ଭାବେ ପଣ୍ଡିତଙ୍କ ମନ୍ତ୍ରପାଠ ମାଧ୍ୟମରେ ବୀର ହନୁମାନଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା।ଗଜଲକ୍ଷ୍ମୀ ପୂଜା କମିଟିର ସଦସ୍ଯ ମାନେ ଉପସ୍ଥିତ ରହି ଉକ୍ତ ପ୍ରତିଷ୍ଠା କାର୍ଯ୍ଯରେ ସହଯୋଗ ମଧ୍ଯ କରିଥିବାର ଜଣାପଡିଛି !