ନବରଙ୍ଗପୁର: (ବେଣୁ ଗୋପାଳ ରାଓ)ନବରଙ୍ଗପୁରି ଜିଲ୍ଲା ପରିଷଦ ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଯୋଗଦାନ ପରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଶ୍ରୀ ଦରୱାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏଥ୍ ପୂର୍ବରୁ ସେ କଳାହାଣ୍ଡି ଜିଲ୍ଲା ପରିଷଦ ସହ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। କାର୍ଯ୍ୟଭାର ଗ୍ରହଣ କରିବା ପରେ ଜିଲ୍ଲାର ବିକାଶ ପ୍ରକ୍ରିୟା ଯଥା ସମ୍ଭବ ତ୍ବରାନ୍ବିତ କରିବାକୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଜିଲ୍ଲା ପରିଷଦ ସିଡିଓ ଭାବେ କାର୍ଯ୍ୟରତ ଅନ୍ୟା ଦାସ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ବଦଳି ହେବାପରେ ତାଙ୍କ ସ୍ଥାନରେ ଶ୍ରୀ ଶ୍ରୀ ଦରୱାନ ଦରୱାନ। ଯୋଗଦାନ କରିଛନ୍ତି।