ସୁନ୍ଦରଗଡ଼(ନରେନ୍ଦ୍ର ନେଗୀ)ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ସଦର ମହକୁମା ଓଡିଶା ଅଦର୍ଶ ବିଦ୍ୟାଳୟ ପରିସର ରେ ଆଜି ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଟିତ ହୋଇଯାଇଛି। କୁତ୍ରା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସମରେନ୍ଦ୍ର କୁମାର ସାରା ଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱବାଧାନ ରେ ଅନୁଷ୍ଠିତ ଏହି ଶିବିରରେ ବିଭିନ୍ନ ଅଙ୍ଗ ବାଧିତ ୧୨୫ ଜଣ ହିତାଧିକାରୀ ଙ୍କୁ ଚିହ୍ନଟ କରି ସେବା ପ୍ରଦାନ କରାଯାଇଥିଲା।
ତେବେ କୁତ୍ରା ଗସ୍ତ ରେ ଥିବା ସ୍ଥାନୀୟ ବିଧାୟକ ଡାକ୍ତର ସି ଏସ୍ ରାଜେନ ଏକ୍କା ଉକ୍ତ ଶିବିର ପରିଦର୍ଶନ କରି ରୋଗୀ ମାନଙ୍କ ସମସ୍ୟା ସମ୍ପର୍କ ରେ ଅବଗତ ହୋଇ ସମାଧାନ ପାଇଁ ପରାମର୍ଶ ଦେଇଥିଲେ।
ଏହି ଶିବିରରେ ବିଡ଼ିଓ ଙ୍କ ବ୍ୟତୀତ ପଂଚାୟତ ସମିତି ର ସମସ୍ତ କର୍ମଚାରୀ, ଅଙ୍ଗନବାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା ମାନେ ଏଥିରେ ସହଯୋଗ କରିଥିଲେ। କୁତ୍ରା ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶରତ କୁମାର ପତି ଶିବିର ପରିଚାଳନା ରେ ସହଯୋଗ କରିଥିବା ବେଳେ ଡାକ୍ତର ପୂର୍ଣଚନ୍ଦ୍ର ମାଝି, ଡାକ୍ତର ସ୍ୱସ୍ତିକ ଚୌଧୁରୀ, ଡାକ୍ତର ସଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ।