ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ଘରେ ଘରେ ପହଞ୍ଚିବ ରାଜ୍ୟ ସରକାରଙ୍କ ସଫଳତା ର କାହାଣୀ । ଏଥିପାଇଁ ଆଜିଠାରୁ ଜିଲ୍ଲାର ପ୍ରତି ବ୍ଲକ ରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଆମ ଓଡ଼ିଶା ନବୀନ ଓଡିଶା ଯୋଜନା କିଭଳି ମଠ ମନ୍ଦିର ଓ ଅନ୍ୟାନ୍ୟ ଉର୍ଣ୍ଣତି ମୂଳକ କାର୍ଯ୍ୟ ସରକାର ହାତକୁ ନେଇଛନ୍ତି ।

ସେଦିଗରେ ସଚେତନତା କାର୍ଯ୍ୟକ୍ରମ ଆଜି ଠାରୁ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାଣୀଭୁସଣପୁର ପଂଚାୟତ ହାଇସ୍କୁଲ ପଡିଆ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କଯ୍ୟକ୍ରମ ରେ ପଞ୍ଚାୟତ ର ବହୁ ଗ୍ରାମବାସୀ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ତଥା ସମ୍ମାନୀତ ଅତିଥି ଭାବେ ହରଭଙ୍ଗା ବିଡିଓ ସ୍ଵପ୍ନିତା ନାଏକ, ବାଣୀଭୂଷଣପୁର ସରପଞ୍ଚ ଶ୍ରିବନ୍ତ ମେହେର ଯୋଗଦେଇଥିଲେ।

ରାଜ୍ୟ ସରକାର ଙ୍କ ଆମ ଓଡିଶା ନବୀନ ଓଡ଼ିଶା ଯୋଜନା ରେ ପଂଚାୟତ ରେ ବହୁ ଉର୍ଣ୍ଣତି ମୂଳକ କାଯ୍ୟ ହାତକୁ ନିଆଯାଇଛି ମହାତ୍ମା ଗାନ୍ଧୀ ଦେଖି ଥିବା ସ୍ୱପ୍ନ ଆଜି ପୂରଣ ହେଉଛି । ପ୍ରକୃତ ବିକାଶ ଗାଁ ରୁ ହୁଏ ବୋଲି ଅଭିଭାଷଣ ରଖିଥିଲେ ।ଅନ୍ୟପଟେ ପଯ୍ୟାୟ କ୍ରମରେ ହରଭଙ୍ଗା ବ୍ଲକ ଓ ଜିଲ୍ଲାର ସମସ୍ତ ପଞ୍ଚାୟତ ବାସୀ ଙ୍କୁ ସଚେତନତା କରାଯିବ ।