ଧର୍ମଗଡ଼ : ୧୦/୨(ହେମନ୍ତ କୁମାର ମାଝୀ)କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ଡାଲଗୁମା ପଞ୍ଚାୟତ ଲତାପଡା ପ୍ରାଥମିକ ବିଦ୍ୟାଳୟରେ ରୋଷେଇ ଗୃହ ନଥିବାରୁ, ପଲିଥିନ ଢଙ୍କା କୁଡ଼ିଆ ତଳେ ପିଲା ଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଥିବା ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଲତାପଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣି ରହିଥିବା ବେଳେ ୩୯ ଜଣ ଛାତ୍ର ଓ ୩୩ ଜଣ ଛାତ୍ରୀ ମୋଟ ୭୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।

ହେଲେ ରୋଷେଇ ଘର ନଥବାରୁ ସ୍କୁଲ ଗୃହ କୁ ଲାଗି ପଲିଥିନ ଢଙ୍କା କୁଡ଼ିଆ ଘର ରେ ପିଲା ଙ୍କ ପାଇଁ ପ୍ରତିଦିନ ମଧ୍ୟାହ୍ନ ଭୋଜନ ରନ୍ଧା ଯାଉଛି। ତେବେ ବର୍ଷସାରା ଖରା,ବର୍ଷା,ଶୀତ ଦିନ ରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ନାହିଁ ନ ଥିବା ଅସୁବିଧା ହେଉଥିବା ନେଇ ପାଚିକା ମାନେ ପ୍ରକାଶ କରିଛନ୍ତି। ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ମମତା ମାଝୀ ସମେତ ଅନ୍ୟ ୨ ଜଣ ସହକାରୀ ଶିକ୍ଷକ ରହିଛନ୍ତି। ସ୍କୁଲ ପରିଚାଳନା କମିଟି ପକ୍ଷରୁ ଅନେକ ସମୟରେ ଗୋଷ୍ଠି ଶିକ୍ଷା ବିଭାଗ ଓ ବ୍ଲକ ପ୍ରଶାସନ ନିକଟରେ ରୋଷେଇ ଗୃହ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦେବାକୁ ଲିଖିତ ଅଭିଯୋଗ କରାଯାଇଛି।

ତେବେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଇନାହିଁ। ଏନେଇ କୋକସରା ଗୋଷ୍ଠି ଶିକ୍ଷା ଅଧିକାରିଣୀ ରଶ୍ମିତା ନେତମ ଙ୍କ ପ୍ରତିକ୍ରିୟା ନେବାରୁ କେବଳ ଲତାପଡା ସ୍କୁଲ ର ରୋଷେଇ ଘର ନୁହେଁ ଅନେକ ସ୍କୁଲ ରେ ରୋଷେଇ ଘର ନାହିଁ, ନୂତନ ସ୍କୁଲ କି ରୋଷେଇ ଘର ନିର୍ମାଣ କାର୍ଯ୍ୟ ଆମ ହାତରେ ନାହିଁ, ସ୍ଥାନୀୟ ସରପଞ୍ଚ କିମ୍ବା ବ୍ଲକ ପ୍ରଶାସନ ହାତରେ ଅଛି, ତାଙ୍କ ସହ ଯୋଗାଯୋଗ କରିବାକୁ କହିଥିବା ବେଳେ ଏନେଇ।ଡାଲଗୁମା ପଞ୍ଚାୟତ।କନିଷ୍ଠ ଯନ୍ତ୍ରୀ ସୁକାନ୍ତ ବେହେରା ଙ୍କ ପ୍ରତିକ୍ରିୟା ନେବାରୁ ଲତାପଡା ସ୍କୁଲ ପାଇଁ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ସରିଛି। ପାଚେରୀ ଓ ରୋଷେଇ ଘର ପାଇଁ ସରପଞ୍ଚ ଓ ପିଇଓ ଙ୍କ ସହ ଆଲୋଚନା କରି ନିର୍ମାଣ କରିବା ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି।