ଧର୍ମଗଡ଼ :୧୦/୨(ହେମନ୍ତ କୁମାର ମାଝୀ)ରାଜ୍ୟ ସରକାର ଚାଷିକୁଳ ଙ୍କ ହିତ ସାଧନ ଦୃଷ୍ଟି ରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ଅଟକଲ ରେ ଜଳସେଚନ ପାଇଁ  ନିର୍ମାଣ କରୁଛନ୍ତି ଚେକ ଡ୍ୟାମ,ହେଲେ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥା ର ମିଳିଭଗତ ରେ ନିର୍ମାଣାଧୀନ ପ୍ରକଳ୍ପ ରୁ ଚାଷି ପାଣି ମୁନ୍ଦାଏ ପାଇବାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳ ର ଚାଷୀମାନେ।

ଏହିଭଳି କିଛି  ଅଭିଯୋଗ ଆସିଛି କୋକସରା ବ୍ଲକ ଆମପାଣି ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ପାଦଦେଶ ନିକଟରେ ଥିବା ମୋଡୋସିଲ ଚେକ ଡ୍ୟାମ ପ୍ରକଳ୍ପ ରୁ ଗତ ୨୦୧୭ ରେ ଅଞ୍ଚଳ ର ଚାଷୀ ଙ୍କ ପାଇଁ ସାହାଜଖୋଲ ଜଙ୍ଗଲ ରୁ ବର୍ଷା ଦିନରେ ବୋହି ଆସୁଥିବା ଜଳ କୁ ସଂରକ୍ଷଣ କରି ଚେକ ଡ୍ୟାମ ରେ ପାଣି କୁ ସଂଗୃହିତ କରି ଖରିଫ ଋତୁ ରେ ଅଞ୍ଚଳ ର ଆମପାଣି ପଞ୍ଚାୟତ ର କନ୍ଦାଗଡ଼,ପାତ୍ରବସା, ଅଞ୍ଚଳ ର ଅଣ ଜଳସେଚିତ ଚାଷଜମି କୁ ଜଳସେଚନ ପାଇଁ  ମୋଡୋସିଲ ଚେକ ଡ୍ୟାମ ର ନିର୍ମାଣ  ବିଭାଗୀୟ ଅନୁଦାନ ୬୭ ଲକ୍ଷ ୭୫ ହଜାର ୫୧୩ ରେ କୋକସରା ବ୍ଲକ କ୍ଷୁଦ୍ର ଜଳସେଚନ ଅଣୁ ବିଭାଗ ପକ୍ଷରୁ ଏହି ଚେକ ଡ୍ୟାମ ନିର୍ମାଣ କରାଯାଇଥିଲା।

ହେଲେ ସେହି ସମୟରେ ସ୍ଥାନୀୟ ଚାଷୀ ଙ୍କ ମତ କୁ ଅଣଦେଖା କରି ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀ ମାନେ ନିଜ କୁ ସୁହାଇଲା ଭଳି  ଚେକ ଡ୍ୟାମ ଓ କେନାଲ ନିର୍ମାଣ କରି ଲକ୍ଷାଧିକ ଟଙ୍କା ପ୍ରକଳ୍ପ କୁ ଚାଷି ଙ୍କ ହିତ କୁ ଦୃଷ୍ଟି ନଦେଇ ଠିକାସଂସ୍ଥା କାର୍ଯ୍ୟ କୁ ପ୍ରୋତ୍ସାହିତ କରିଥିବା ନେଇ ଚାଷି ମାନେ ନିର୍ମାଣ କାର୍ଯ୍ୟ ସମୟରେ ଅଭିଯୋଗ କରିଥିଲେ ହେଲେ କୌଣସି ସୁଫଳ ମିଳି ନଥିଲା। ଚେକ ଡ୍ୟାମ ନିର୍ମାଣ ର ୬/୭ ବର୍ଷ ମଧ୍ୟରେ  କୌଣସି ଚାଷଜମି କୁ ବୁନ୍ଦାଏ ପାଣି ମାଡୁ ନଥିବା ନେଇ ଅଞ୍ଚଳ ର ଚାଷୀ ଅଭିଯୋଗ କରୁଛନ୍ତି।

କହିବାକୁ ଗଲେ ମୋଡୋସିଲ ଚେକ ଡ୍ୟାମ ଚାଷୀ ଙ୍କ ପାଇଁ ନୁହେଁ ବରଂ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥା ପାଇଁ ବରଦାନ ପାଲଟିଥିଲା। ଆଜି ଏହି ଅଞ୍ଚଳ ର ଚାଷି ଜଳସେଚନ ସୁବିଧା ରୁ ବଞ୍ଚିତ ରହି ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ଏନେଇ ଜୟପାଟଣା କ୍ଷୁଦ୍ର ଜଳସେଚନ ବିଭାଗୀୟ ଅଧିକାରୀ ଯନ୍ତ୍ରୀ ଵଣ୍ଟି ଵାଗ ଙ୍କ ପ୍ରତିକ୍ରିୟା ନେବାରୁ ଚେକ୍ ଡ଼୍ୟାମ ପୁନରୁଦ୍ଧାର ପାଇଁ ଵିଭାଗୀୟ ଅନୁଦାନ ପାଇଁ ଉଚ୍ଚ ଅଧିକାରୀ ଙ୍କୁ ଜଣାଯାଇଛି।

ଅନୁଦାନ ଆସିଲେ ଚେକ୍ ଡ଼୍ୟାମ ମରାମତି ସହ ଉଠା ଜଳସେଚନ ମାଧ୍ୟମରେ ଚାଷୀ ଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଚେଷ୍ଟା କରାଯିବ ବୋଲିି କହିଛନ୍ତି। ତେବେ ଚେକ୍ ଡ଼୍ୟାମ ନିର୍ମାଣ ସମୟରେ ଏସବୁ ଦିଗ ପ୍ରତି କାହିଁକି ଧ୍ୟାନ ଦିଆଗଲା ନାହିଁ ଫଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଵରାଦରେ ନିର୍ମାଣ ଚେକ୍ ଡ଼୍ୟାମ ଙ୍କ ପାଇଁ ମରୀଚିକା ପାଲଟିଛି। ଧର୍ମଗଡ଼ ରୁ