ହରଭଙ୍ଗା :(ଚିତ୍ତ ରଞ୍ଜନ ସିଂ ).ପୁରୁଣାକଟକ ପୂର୍ତ୍ତ ଡାକବଙ୍ଗଳା ଠାରେ ପିଜେପି ପକ୍ଷରୁ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନମନ୍ତ୍ରୀ ମାତୃ ଶକ୍ତି ସଶକ୍ତି କାରଣ ପାଇଁ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ହାତ କୁ ନେଇଥିବା ବେଳେ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ମା ମାନଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ l ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ମହିଳା ମୋର୍ଚା ଉପ ସଭାନେତ୍ରୀ ରଶ୍ମି ମୟୀ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଜ୍ୟ ସରକାର କିପରି କେନ୍ଦ୍ର ର ବିଭିନ୍ନ ଯୋଜନାକୁ ନାମ ବଦଳାଇ ଜନତାକୁ ବିଭ୍ରାନ୍ତି କରାଇ ବାହା ବାହା ନେଉଛି ତାହାର ସଚେତନତା କାର୍ଯ୍ୟକ୍ରମ ଉପରେ ମତ ବ୍ୟକ୍ତି କରିଥିଲେ l

ସମ୍ମାନିତ ଅତିଥିଭାବେ ବୌଦ୍ଧ ବିଜେପି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମ ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ l ସଂଯୋଜକ କର୍ନେଲ ଶିଶିର ଘୋଷ ମହିଳା ମାନଙ୍କ ର ସମାଜ ଗଠନ ରେ ଭାଗିଦାରୀ ଉପରେ ବାଝାଇଥିଲେ l ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ କୁମାର ପ୍ରଧାନ ଆଗାମୀ ନିର୍ବାଚନ ରେ କିପରି ସଂଖ୍ୟl ଗରିଷ୍ଠତା କରାଯାଇ ପାରିବ ମତ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ସୁକାନ୍ତ ପାଣିଗ୍ରାହୀ, ଜିଲ୍ଲା ମହିଳା ମୋର୍ଚା ସଭାପତି ମୀନାରାଣୀ ମିଶ୍ର,ବାମନ ବାରିକ, ତପନ ଡାଙ୍ଗ, ଶମ୍ଭୁ ପ୍ରଧାନ,ସଂଗ୍ରାମ ବେହେରା, ବନମାଳୀ ରଣା,ଶାନ୍ତିଲତା ଦନ୍ତା,ଓ ବହୁ ବିଜେପି କର୍ମ କର୍ତ୍ତା ଯୋଗ ଦେଇଥିଲେ l