ହରଭଙ୍ଗା :୯/୨ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବିଭିନ୍ନ ପଂଚାୟତ ରେ ସରକାରୀ ଅର୍ଥ ବାଟ ମାରଣା ହେଉଥିବା ଅଭିଯୋଗ ହେଉଛି l ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କଲେ ତଦନ୍ତ ତ ଦୂରର କଥା ମତାମତ ଦେବାପାଇଁ ବିଡ଼ିଓ ମନା କରିଦେଉଛନ୍ତି l ଯଦି ସୂଚନା ପାଇଁ ଆରଟିଆଇ ମଗାଯାଉଛି ତେବେ ସୂଚନା ଦେବାକୁ ମାସ ମାସ ଲାଗୁଥିବା ବୃନ୍ଦାବନ ବେହେରା ଅଭିଯୋଗ କରିଛନ୍ତି l ଅଭିଯୋଗ ମତେ ହରଭଙ୍ଗା ବ୍ଲକ କରଞ୍ଜକଟା ପଞ୍ଚାୟତ ପରିସର ରେ ପଞ୍ଚଦଶ ଅର୍ଥ କମିସନ ଅନୁଦାନ ରୁ ଜନସାଧରଣ ସୁବିଧା କେନ୍ଦ୍ର ଗୃହ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା l

କିନ୍ତୁ କେନ୍ଦ୍ର ନିର୍ମାଣ ର ୩ ମାସ ନପୂରୁଣୁ ଘର ଭିତରେ ଲାଗିଥିବା ମାର୍ବଲ ପ୍ଲେଟ ଗୁଡିକ ଉପୁଡି ଯାଇଥିଲା lଯାହା ଫଳରେ ନିମ୍ନ ମାନର କାମ କୁ ନେଇ ସ୍ଥାନୀୟ ପଞ୍ଚାୟତ ବାସି ପ୍ରଶ୍ନ ଉଠାଇବା ପରେ ତରବରିଆ ଭାବେ ଯନ୍ତ୍ରୀ ଓ ଠିକାଦାର ପୁନର୍ବାର ନୂତନ ମାର୍ବଲ ଲଗାଇଥଲେ l କାର୍ଯ୍ୟସରିଲା ପରେ ନିର୍ମାଣ ହୋଇଥିବା ସୂଚନା ଫଳକ କୁ ଭାଙ୍ଗି ଦିଆଯାiଥିଲା l ଏହାକୁ ନେଇ ପଞ୍ଚାୟତ ବାସି ଅଭିଯୋଗ କରିବାସହ ସମ୍ପୃକ୍ତ କାର୍ଯ୍ୟ ର ଫାଇଲ ଜେରକ୍ସ କପି ସୂଚନା ଅଧିକାର ଆଇନ ବଳରେ ବୃନ୍ଦାବନ ବେହେରା ଆବେଦନ କରିଥିଲେ l

ତେବେ ୪ ମାସ ପରେ ବି ଆବେଦନ କାରିକୁ କୌଣସି ଉତ୍ତର ମିଳି ନଥିବା କହିଛନ୍ତି l ଯାହାକି ସୂଚନା ଅଧିକାର ଆଇନ ମଧ୍ୟ ହରଭଙ୍ଗା ବ୍ଲକ ରେ ବାଟବଣା ହୋଇ ବସିଛି l ସରକାର ଜନସାଧାରଣ ଙ୍କ ସୁବିଧା ନିମନ୍ତେ ଅଜସ୍ର ଅନୁଦାନ ଯୋଗାଇ ଦେଇ ଆସୁଥିବା ବେଳେ ହରଭଙ୍ଗା ବ୍ଲକ ରେ ବାଟ ମାରଣା ହେଉଥିବା ଜଣା ଯାଇଛି l ସୁବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ବିଡ଼ିଓ ଜାଣିବା ପରେ ମଧ୍ୟ୍ୟ ନିରୁତ୍ତର ରହିବା l ବ୍ଲକ ପ୍ରଶାସନ ଏଭଳି ଆଭିମୁଖ୍ୟ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି l ନୂତନ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି l