ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ଅଡ଼େନିଗଡ ପଞ୍ଚାୟତ ଅଧିନସ୍ଥ ଗୋଛାସାହି ଠାରେ ବୌଦ୍ଧ ଜିଲ୍ଲା ପୋଲିସ ଓ ପୁରୁଣାକଟକ ପୋଲିସ ପକ୍ଷରୁ ଏକ “ଜନ ସମ୍ପର୍କ ଶିବିର “ଅନୁଷ୍ଠିତ ହୋଇଯାଇଛି। ଯେହେତୁ ବୌଦ୍ଧ ଜିଲ୍ଲା ଏକ ମାଓ ପ୍ରବଣ ଜିଲ୍ଲା, ତେଣୁ ଏ ବାବଦ ରେ ଲୋକ ମାନଙ୍କୁ ସଚେତନ କରାଯାଇଥିଲା।

ମାନଙ୍କ ସହ ସଂମ୍ପର୍କ ନ ରଖି ତାଙ୍କ ଗତିବିଧି ଉପରେ ସନ୍ଦେହ ଆସିଲେ ସାଙ୍ଗେ ସାଙ୍ଗେ ପୋଲିସ କୁ ଜଣେଇବା ସମ୍ପର୍କ ରେ ମଧ୍ୟ ସମ୍ପୃକ୍ତ ବିଭାଗ ଗାଁ ଲୋକ ମାନଙ୍କ ସହିତ ଆଲୋଚନା କରିଥିଲେ। ନିଜ ନିଜ ଭିତରେ ସୁ ସମ୍ପର୍କ ରଖି ଚଳିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ।ଏହି ଅବସରରେ ଗାଁ ଲୋକ ମାନଙ୍କ ମଧ୍ୟରେ ଏକ ଭଲିବଲ ପ୍ରତିଯୋଗିତା, ନାଚଗୀତ ର ପ୍ରତିଯୋଗିତା ହୋଇଥିଲା।

ଭଲ ଖେଳ ପ୍ରଦର୍ଶନ କରିଥିବା ପିଲା ମାନଙ୍କୁ ବଲ ଓ କପ ଦେଇ ପୁରସ୍କୃତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିଞ୍ଜ ସାର, ଆର ଆଇ ସର୍ଜଣ୍ଟ ଗିରି ସାର, ପୁରୁଣାକଟକ ଥାନା ଭାରପ୍ରାପ୍ତ ଅଧିକାରୀ ସାରଦା ପ୍ରସନ ଦାସ ଓ ଅଡ଼େନିଗଡ  ଫାଣ୍ଡି ଅଧିକାରୀ ପ୍ରଧାନ ସାର ଉପସ୍ଥିତ ଥିଲେ। ଗ୍ରାମର ପ୍ରାୟ 200 ସହ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବେଳେ ପୋଲିସ ବିଭାଗ ର ଏଭଳି କାର୍ଯ୍ୟକ୍ରମ କୁ  ମଧ୍ୟ ପ୍ରଶଂସା କରିଥିଲେ।