ହରଭଙ୍ଗା :  (ଆପ୍ର)ହରଭଙ୍ଗା ବ୍ଲକ ଅନ୍ତର୍ଗତ ସୁରୁଣ୍ଡି ଗ୍ରାମରେ ଫେଲ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା l ରାଜ୍ୟ ସରକାର କେବଳ ବିଜ୍ଞାପନ ମାଧ୍ୟମରେ ବସୁଧା ଯୋଜନାର ବହୁଳ ପ୍ରଚାରପ୍ରସାର କରି କୋଟିକୋଟି ଟଙ୍କାର ରାଜସ୍ବ ଖର୍ଚ୍ଚ କରୁଥିବା ବେଳେ ବାସ୍ତବରେ ବସୁଧା ଯୋଜନାର ସୁଫଳ ଜନସାଧାରଣଙ୍କ ପାଖରେ ଅପହଞ୍ଚ ହୋଇପଡିଛି l

ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଅମାତ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଥିବାବେଳେ ଜଳ ଯନ୍ତ୍ରଣାର କଷ୍ଟ ଭୋଗିବାକୁ ବାଧ୍ୟ ହେଉଛନ୍ତି ନିର୍ବାଚନ ମଣ୍ଡଳୀର ଜନସାଧାରଣ l ଉକ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉପରେ ସୁରୁଣ୍ଡି ଏବଂ ସମ୍ବଲପୁର ଗ୍ରାମର ପ୍ରାୟ ୨୦୦୦ ସାଧାରଣ ଜନତା ନିର୍ଭରଶୀଳ ଥିବାବେଳେ ଆଜି ପର୍ଯ୍ୟନ୍ତ ୨ ମାସ ହେବ ସମ୍ବଲପୁର ଗ୍ରାମର ଜନସାଧାରଣଙ୍କ ପାଇଁ ପାନୀୟଜଳ ସାତସପନ ହୋଇପଡିଛି l

ତେଣୁ ସ୍ଥାନୀୟ ପ୍ରଶାସନ ଉକ୍ତ ଘଟଣା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦେବା ସହ ପାଇପ ଲାଇନର ମରାମତି କାର୍ଯ୍ୟ ଯୁଦ୍ଧକାଳୀନଭିତ୍ତିରେ ଶେଷ କରିବା ପାଇଁ ଗ୍ରାମର ଯୁବ ସମାଜସେବୀ ଶ୍ରୀ ସର୍ବେଶ୍ୱର କ୍ଷେତି ପ୍ରଶାସନ ନିକଟରେ ଦାବି କରିଛନ୍ତି l