ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ )ଆଜି ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ ହରଭଙ୍ଗା ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଗୁଡିକ ର ତଦାରଖ କରିଥିଲେ। ବିଶେଷ କରି ପଞ୍ଚାୟତ ର ସବୁ ଉନ୍ନୟନ କାର୍ଯ୍ୟ ଗୁଡିକ ତଦାରଖ କରିବା ସହିତ ମୋ ଓଡିଶା ନବୀନ ଓଡିଶା ଯୋଜନା ରେ ଦଶ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ଚାଲିଥିବା ଆଦେଶ୍ୱର ଶିବ ମନ୍ଦିର କୁ ବୁଲି ଦେଖିଥିଲେ।
ଓ କାର୍ଯ୍ୟ ର ତଦାରଖ କରିଥିଲେ। ଗ୍ରାମ୍ୟ କମିଟି ଙ୍କ ସହିତ ମଧ୍ୟ ମନ୍ଦିର ବାବଦ ରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ। ଯଥାଶୀଘ୍ର ସମ୍ପୂର୍ଣ କରିବା ପାଇଁ ମଧ୍ୟ କହିଥିଲେ।ମୋ ଓଡିଶା ନବୀନ ଓଡିଶା ଅନୁଦାନ ରେ ଯଦି ମନ୍ଦିର ସମ୍ପୂର୍ଣ ହୋଇ ନ ପାରିଲା ତା ହେଲେ ଆଉ କିଛି ଅନୁଦାନ ବ୍ଲକ ତରଫରୁ ଯୋଗେଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ।ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମ ରେ ହରଭଙ୍ଗା ସମିତିସଭ୍ୟ ଚିତ୍ତରଞ୍ଜନ ସେଠୀ, ଗ୍ରାମ୍ୟ କମିଟି ର ବିଜୟନନ୍ଦ ସାହୁ, ଚତୃଭୁଜ ଖଟୁଆ, ପ୍ରାଣବନ୍ଧୁ ସାହୁ, ହରେନ ଲାଲ ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ।