ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ନଳୀକୁମ୍ଫା ଜଙ୍ଗଲ ରେ SOG ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଦୁଇ ଜଣ SOG ଯବାନ ଗୁରୁତର ହୋଇଥିଲେ l ଦୁଇ ଗୁରୁତର ଯବାନଙ୍କୁ କଣ୍ଟାମାଳ ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ଦୁଇ ଯବାନ ଙ୍କ ସିଟି ସ୍କାନ କଲା ପରେ ଭୁବନେଶ୍ୱର କୁ ଏୟାରଲିଫ୍ଟ କରାଯାଇଛି l SOG ଦୁଇ ଯବାନ ହେଲେ ରସରାଜ ଶିରୋମଣି ନାଏକ ଓ ଉତ୍କଳ ପଟେଲ l

ବୌଦ୍ଧ ଜିଲ୍ଲାରେ ମାଓ ପିଛା ଛାଡ଼ୁନି l ବାରମ୍ବାର ମାଓ ପୋଷ୍ଟର, ସହିତ ସାମ୍ନା କରୁଛି ପୋଲିସ ଓ SOG ଯବାନ l ଆଜି ପୁଣି ମାଓବାଦୀ ଆତଙ୍କ ଖେଳାଇଛି ବୌଦ୍ଧ ଜିଲ୍ଲାରେ l ମାଓ ଙ୍କ ID ବିସ୍ଫୋରଣରେ ଦୁଇ SOG ଯବାନ ଗୁରୁତର ସୂଚନା ମିଳିଛି l ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ନଳୀକୁମ୍ପା ଓ ବଲମତୁମା ଜଙ୍ଗଲରେ ମାଓ ବାଦୀ ଥିବାର ସୂଚନା ପାଇ ବୌଦ୍ଧ ପୋଲିସ ଓ SOG ଯବାନ ସର୍ଚ୍ଚ ଅପରେସନ ଜାରି ରଖିଥିଲେ l

ସର୍ଚ୍ଚ ଅପରେସନ ସମୟ ରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ୨ SOG ଯବାନ ଗୁରୁତର ହୋଇଥିଲେ l ଜଣଙ୍କ ଗୋଡ଼ରେ ଓ ଅନ୍ୟ ଜଣଙ୍କ ମୁଣ୍ଡରେ ଆଘାତ ହୋଇଥିବାରୁ ତୁରନ୍ତ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇ ଥିଲା ଓ ଗୁରୁତର ଥିବାରୁ ୧୦୮  ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଭୀମଭୋଇ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡିଛି ଏବଂ ସେଠାରୁ ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି l ଏବେ ବି ପୋଲିସ ଓ ଯବାନ ଉକ୍ତ ଜଙ୍ଗଲ ରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି l