ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ RTOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । RTO ବସନ୍ତ କୁମାର ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ଼ । ସୂଚନା ଅନୁଯାୟୀ ଆଜି ଭୋର ସକାଳୁ ଭିଜିଲାନ୍ସ ଏକ ୧୦ ଜଣିଆ ଦଳ ବୌଦ୍ଧ RTO ବସନ୍ତ ମହାପାତ୍ରଙ୍କ ଘରେ ରେଡ଼ ମାରୁଛନ୍ତି । ବୌଦ୍ଧ ସହର ଜଗନ୍ନାଥ ବିହାର ସ୍ଥିତ ରହୁଥିବା ଭଡାଘର ଓ ବୌଦ୍ଧ RTO କାର୍ଯ୍ୟାଳୟ ଓ ଗଂଜାମ ସ୍ଥିତ ପୈତୃକ ଘରେ ସମେତ ଭୁବନେଶ୍ୱର ଘରେ ରେଡ଼ ଚାଲିଛି ।

ସୁରକ୍ଷା ଦୃଷ୍ଟିରୁ ରେଡ଼ ଚାଲିଥିବା ଦୁଇଟି ସ୍ଥାନରେ ପୋଲିସ ମୃତୟନ କରାଯାଇଛି । ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଥିବା ବେଳେ ଏହିଭଳି ରାଜ୍ୟର ୧୦ ସ୍ଥାନରେ ରେଡ଼ ଚାଲିଥିବା ଜଣାପଡିଛି । ସୂଚନା ଥାଉକି ବୌଦ୍ଧ ଜିଲ୍ଲାରେ ବସନ୍ତ ମହାପାତ୍ର RTO ଭାବେ ଯୋଗ ଦେବା ଦିନଠୁ ସବୁବେଳେ ବିବାଦ ଘେରରେ ରହି ଆସିଛନ୍ତି । ତାଙ୍କ ବଦଳି ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।