ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ସହର ର ରୟେଲ ପଡ଼ିଆ ଠାରେ ୬ଷ୍ଠ ବାର୍ଷିକ ଜିଲ୍ଲା ପୁସ୍ତକ ଓ ସାରସ୍ବତ ମେଳା ଇଙ୍କଫେଷ୍ଟ ୨୦୨୪ ଉଦଘାଟିତ l ଆୟୋଜିତ ଏହି ସାରସ୍ଵତ ଉତ୍ସବ କୁ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପଧାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ମେଳା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l

ପ୍ରାରମ୍ଭରେ ଏ ଅଞ୍ଚଳ ର ଗୌରବ ଜାତୀୟ ପୁରସ୍କାର ପାପ୍ତ ସିନେ ଅଭିନେତା ତଥା ନିର୍ଦ୍ଦେଶକ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସ୍ୱର୍ଗତ ଶ୍ରୀ ସାଧୁ ମେହେରଙ୍କ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ନାଟ୍ୟଶ୍ରୀ ଗଦାଧର ବାରିକ ସ୍ଵର୍ଗତ ମେହେରଙ୍କ ସ୍ମୃତି ଚାରଣ କରିଥିଲେ। ମୂଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଯୋଗ ଦେଇ ପୁସ୍ତକ ପଠନ ଅଭ୍ୟାସ କୁ ସୃଷ୍ଟି କରିବାରେ ଏହି ପରି ମେଳା ର ଗୁରୁ ଦାୟିତ୍ବ ବହନ କରିଛି ବୋଲି କହିଥିଲେ l

ସମ୍ମାନୀତ ଅତିଥି ରୂପେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ଆଜିର ଡିଜିଟାଲ ଯୁଗରେ ପୁସ୍ତକ ପଠନ ର ଗୁରୁତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଅବସରରେ ଆର୍ତ୍ତତ୍ରାଣ ବାବୁ ଙ୍କ ପୁସ୍ତକ “ସୁବର୍ଣ୍ଣ ଐତିହ୍ୟ” ଅତିଥି ମାନଙ୍କ ହାତରେ ଉନ୍ମୋଚିତ ହୋଇଥିଲା l ଉପ ସଭାପତି ଗତି କୃଷ୍ଣ ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଆମ୍ବୁଜ ବିହାରୀ ଶତପଥୀ ବିବରଣୀ ପ୍ରଦାନ ସହିତ ସଭ୍ୟ ଉଦିତ କୁମାର ବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।