ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ପଲିଟେକନିକ କଲେଜ ଓ ବିଜୁ ପଟ୍ଟନାୟକ ଛକରେ ପୁଲୱାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଜବାନ ମାନଙ୍କୁ ମନେ ପକାଇ ଶ୍ରଦ୍ଧାଞଳୀ ଦେଇଛନ୍ତି ଛାତ୍ରଛାତ୍ରୀ l ୨୦୧୯ ମସିହା ଫେବୃଆରୀ ୧୪ ତାରୀଖ ଦିନ ଜାମ୍ବୁକାଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀଙ୍କ ବର୍ଵର ଆକ୍ରମଣର ଶିକାର ହୋଇ ୪୦ ଜଣ ଯବାନ ଶହିଦ ହୋଇଥିଲେ ।

ତେଣୁ ଏହି ଦିନକୁ ବଳୀଦାନ ଦିବାସ ରୂପରେ ପାଳନ କରିଛନ୍ତି ସୋନପୁର ସରକାରୀ ପଲିଟେକନିକ କଲେଜର ଛାତ୍ରଛାତ୍ରୀ । କଲେଜର ଛାତ୍ରଛାତ୍ରୀ ମାନେ ଏକ କେଣ୍ଡେଲ ଶୋଭାଯାତ୍ରା କରି କଲେଜରେ ଦୁଇ ମିନିଟର ନୀରବ ପାର୍ଥନା କରିବା ସହିତ ଅମର ଜବାନ ମାନଙ୍କ ସୃତି ଚାରଣ କରିଥିଲେ ।