ଖପ୍ରାଖୋଲ ୧୩/୨(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ମହରାପଦର ଖେଳ ପଡିଆ ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ସୁମତି ପଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବ୍ଲକ୍ ଅଧକ୍ଷା ନିରୁପମା ପଟେଲ, ସମ୍ମାନିତ ଅତିଥି ରୂପେ ବ୍ଲକ୍ ଉପାଧ୍ୟକ୍ଷ ସୁଖିରାମ୍ ସାଣ୍ଡ, ପଞ୍ଚାୟତ ନିର୍ବାହୀ ଅଧିକାରୀ କ୍ଷୀରା ଧର ବରିହା,ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ୟନାଥ ମିଶ୍ର, ଚଙ୍ଗରିଆ ସରପଞ୍ଚ ସୁଶିଲ କୁମାର ଗୁରୁ, ଯୁବ ନେତା ପବିତ୍ର ପଟେଲ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ବିଭିନ୍ନ ବିଭାଗ ତରଫରୁ ସଫଳ ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ ଦଳ ନାଚ ଗୀତ ପରିବେଷଣ କରିଥିବା ବେଳେ ନାଚ ଗୀତ ରେ ଦୁଲୁକିଥିଲା ମଞ୍ଚ। ଏସ ଏଚ ଜି ମହିଳାଙ୍କ ଦ୍ବାରା ଭଳିକି ଭଳି ପିଠା ପ୍ରଦର୍ଶିତ ହୋଇଥିବା ବେଳେ ଭଲ ପିଠା ପ୍ରସ୍ତୁତ କରିଥିବା ଦଳକୁ ଟ୍ରଫି ସହ ନଗଦ ଟଙ୍କା ଅତିଥି ମାନେ ପ୍ରଦାନ କରିଥିଲେ।
ମିଶନ ଶକ୍ତି ବ୍ଲକ୍ ସଭାନେତ୍ରୀ କଲ୍ୟାଣୀ ଦୀପ ସରକାରଙ୍କ ସହାୟତାରେ ଦୁବାଇ ଯାଇ ଫେରିଥିବା ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ଏମ୍ ବିକେ , ସି ଆର ପି ,କୃଷି, ଉଦ୍ୟାନ, ଜଙ୍ଗଲ, ସ୍ବାସ୍ଥ୍ୟ ବିଭାଗ, ପଞ୍ଚାୟତ ରାଜ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ତପିନ୍ଦ୍ର ସୁନା ପରିଚାଳନା କରିଥିବା ବେଳେ ଜି ଆର୍ ଏସ ସରୋଜ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ। ସେହି ପରି ଓଡ଼ିଆପାଲି ପଞ୍ଚାୟତ ରେ ମଧ୍ୟ ସରପଞ୍ଚ ଶାନ୍ତି ଛୁରାଙ୍କ ଅଧ୍ୟକ୍ଷତାରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।