ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ ).ବୌଦ୍ଧ ଜିଲ୍ଲା ହରଭଙ୍ଗା ର ନବନିର୍ମିତ ସାଇ ମନ୍ଦିର ର ରତ୍ନାମୁଦ ଉତ୍ସବ ଗୁରୁବାର ଦିନ ହରଭଙ୍ଗା ସାଇ ସଦନ ପକ୍ଷରୁ ମହା ସମାରୋହରେ ପାଳିତ ହୋଇଯାଇଛି l ରତ୍ନମୁଦ ଉତ୍ସବ ଅବସରରେ ଆଜି ପ୍ରାତଃ ରେ ମହାନଦୀ ରୁ ପୂର୍ଣ୍ଣଜଳ କୁମ୍ଭ କଳସ ଯାତ୍ରା ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ବତା ବରଣରେ ଯଜ୍ଞ ମଣ୍ଡପ ରେ ଅବସ୍ଥାପିତ କରାଯାଇଥିଲା l
ଜ୍ୟୋତିଷ ଙ୍କ ମନ୍ତ୍ର ପାଠ ହରିବୋଲ ହୁଳହୁଳି, ସଂକୀର୍ତନ ରେ ମନ୍ଦିର ର ରତ୍ନ ମୁଦ ସମାପନ ହୋଇଥିଲା l ଏହି ରତ୍ନମୁଦ କାର୍ଯ୍ୟକ୍ରମ ରେ କର୍ତ୍ତା ଭାବେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂ ଓ ତାଙ୍କ ସହ ଧର୍ମିଣୀ ସ୍ନେହ ଲତା ସିଂ କାର୍ଯ୍ୟଭାର ତୁଲାଇଥିବା ବେଳେ ଏହି ଅବସରରେ ହୋମ ଯଜ୍ଞ, ନାମ ଯଜ୍ଞ, ଅନ୍ନ ଯଜ୍ଞ କରାଯାଇଥିଲା ଓ ଅଂଚଳ ର ଶହଶହ ଭକ୍ତ ଉକ୍ତ ଉତ୍ସବରେ ଯୋଗ ଦାନ କରିଥିଲେ l
ଏହି ମନ୍ଦିର ବୌଦ୍ଧ ଜିଲ୍ଲା ର ପ୍ରଥମ ସାଇ ମନ୍ଦିର ହୋଇଥିବା ବେଳେ ପୁରୋହିତ ମନୋରଞ୍ଜନ ମିଶ୍ର, ଲାଲା ତ୍ରିପାଠୀ, ପପୁ ପୁରୋହିତ, ହରି ପୁରୋହିତ ଆଦି ହୋମ ଯଜ୍ଞ, ମନ୍ତ୍ର ପାଠ କରିଥିଲେ l ସନ୍ଧ୍ୟା ରେ କୃଷ୍ଣ ଗୁରୁ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା l