କେନ୍ଦ୍ରାପଡା; ଏକ ୫ ଜାଣିଆ ଡକାୟତ ଦଳକୁ ଗିରଫ କରିଛି କେନ୍ଦ୍ରାପଡା ପୋଲିସ୍।ଏଥିରେ ୩ ଜଣ ଡକାୟତ ଦଳର ସଦସ୍ୟ ଥିବା ବେଳେ ଦୁଇଜଣ ଚୋରି ସାମଗ୍ରୀ କିଣିଥବା ବ୍ୟବସାୟୀ ରହିଛନ୍ତି।ଏହି ଡକାୟତ ଦଳଠାରୁ ଏକ ପଲସର ମଟର ସାଇକେଲ, ସୁନା ଓ ରୂପା ଗହଣା, ନଗଦ ଟଙ୍କା ସମେତ ଏକାଧିକ ମୋବାଇଲ ଫୋନ ଜବତ୍ କରିଛି ପୋଲିସ।ଗିରଫ ଡକାୟତ ମାନେ ହେଲେ ରଞ୍ଜନ ଦାସ, ବବିନା ଦାସ, ବାପୁନ ଦାସ।ଚୋରି ସାମଗ୍ରୀ କିଣି ଥିବା ବ୍ୟବସାୟୀ ହେଲେ ରାମଚନ୍ଦ୍ର ସାହୁ ଓ କାର୍ତିକ ସାହୁ l

ମାର୍ଚ୍ଚ ୧୭ ତାରିଖରେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଡମୂଳବସନ୍ତ ଗାଁ ର ଭୀମସେନ୍ ପ୍ରଧାନଙ୍କ ଘରେ ବିଳମ୍ବିତ ରାତ୍ରିରେ ହୋଇଥିବା ଡକାୟତି ଘଟଣାରେ ରାଜନଗର ପୋଲିସ ଲକ୍ଷ୍ମଣ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା।ଲକ୍ଷ୍ମଣ ଠାରୁ ମିଳିଥିବା ସୂଚନା ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

ଏମାନେ ସମସ୍ତେ କେଳା ସମ୍ପ୍ରଦାୟର।ଦିନରେ ଠାବ କରି ରାତିରେ ଘରେ ପଶି ଡକାୟତି କରିବା ଏମାନଂକର କାମ।ଗିରଫ ରଞ୍ଜନ ଦାସର ଘର ବାଲେଶ୍ବର ଜିଲା ଅବଜୁଣ ଗାଁ ରେ ବୋଲି ପୋଲିସ୍ କହିଛି।ଗିରଫ ଡକାୟତ ମାନଙ୍କ ନାମରେ କେନ୍ଦ୍ରାପଡା ଜିଲାର ମାର୍ଶାଘାଇ, ରାଜନଗର, ପଟ୍ଟାମୁଣ୍ଡାଇ, ପାଟକୁରା, କୁଦା ନଗରୀ, ଟାଉନ୍ ଥାନା ସମେତ ଜଗତ୍ସିଂହପୁରର ତିର୍ତ୍ତୋଲ ଥାନାରେ ମଧ୍ଯ ମାମଲା ରହିଥିବା କେନ୍ଦ୍ରାପଡା ଏସ୍ପି ସିଦ୍ଧାର୍ଥ କଟାରିଆ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।