ନବରଙ୍ଗପୁର :  ( ବେଣୁ ଗୋପାଳ ରାଓ)ସ୍ଥାନୀୟ ଭଗବତୀ ସାହି ହନୁମାନ ମନ୍ଦିର ଠାରେ ହିନ୍ଦୁ ଏକତା ବାହିନୀର ଆବାହକ ଶ୍ରୀ ଗୌରି ଶଙ୍କର ସାହୁଙ୍କ ତତ୍ତ୍ୱାବଧାନରେ ଆସନ୍ତା ଏପ୍ରିଲ ମାସ ୧୪ ତାରିଖ, ଓଡ଼ିଆ ନବ ବର୍ଷ ଉପଲକ୍ଷେ ପୂର୍ବ ବର୍ଷ ଭଳି ଏକ ଭବ୍ୟ ଶୋଭା ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା। ଏହି ଶୋଭାଯାତ୍ରା ଚାଉଁରିଆଗୁଡା ଠାରୁ ଆରମ୍ଭ ହୋଇ ପ୍ରାଇଭେଟ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇ ପୁଣିଥରେ ଭଣ୍ଡାରଘରଣୀ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିବ ଏଵଂ ସେଠାରେ ପଣା ସେବନ କରି ଶେଷ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ଉପସ୍ଥିତ ସଦସ୍ୟଙ୍କ ମଧ୍ୟରେ ଶୋଭାଯାତ୍ର କିପରି ଭଲରେ କରାଯାଇପାରିବ ଏହାକୁ ନେଇ ସବିଶେଷ ଆଲୋଚନା କରାଯାଇଥିଲା। ବୈଠକରେ ଉପସ୍ଥିତ ସଦସ୍ୟ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା ଯେପରିକି ଶୋଭାଯାତ୍ରାରେ ସଂକୀର୍ତ୍ତନ ମଣ୍ଡଳୀର ଉପସ୍ଥିତି, ସହର ମଧ୍ୟରେ ୧୫୦୦ ରୁ ଅଧିକ ଧ୍ୱଜା ଲଗାଇବା, ଶୋଭାଯାତ୍ରାରେ ଏକ ରଥ ତିଆରି କରାଯିବ ଯେଉଁଥିରେ ଏକ ହନୁମାନଙ୍କ ପ୍ରତିମୂର୍ତ୍ତି ରହିବ, ଗେରୁଆ ରଙ୍ଗର ପ୍ରିଣ୍ଟଡ୍ ଟି-ସାର୍ଟର ବ୍ୟବସ୍ଥା, ସହରର ସମସ୍ତ ମନ୍ଦିରରେ ଫ୍ଲେକ୍ସର ଲଗା ଯିବାର ବ୍ୟବସ୍ଥା, ଶୋଭାଯାତ୍ରାରେ ଡି.ଜେ ର ବ୍ୟବସ୍ଥା, ସହର ମଧ୍ୟରେ ସାଜସଜ୍ଜା ପାଇଁ ୫  ରୁ ଅଧିକ ଷ୍ଟେଜର ବ୍ୟବସ୍ଥା ଏଵଂ ଏହି ସମସ୍ତ ଆୟୋଜନ ପାଇଁ ଆୟବ୍ୟୟର ଅଟକଳ ତଥା ଏପରି ଅନେକ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା।

ଆସନ୍ତା ବୈଠକ ମାର୍ଚ୍ଚ ୩୧  ତାରିଖ ରବିବାର ଦିନ ଧାର୍ଯ୍ୟ କରାଯାଇଛି। ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସଂଘ ଏବଂ ସମାଜ ଗୁଡିକୁ ନିମନ୍ତ୍ରଣ କରାଯାଇ ସେମାନଙ୍କ ମତାମତ ନେଇ ସମସ୍ତ କାର୍ଯ୍ୟ ପନ୍ଥା ଚୁଡାନ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ହିନ୍ଦୁ ଏକତା ବାହିନୀର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ସମସ୍ତ ନବରଙ୍ଗପୁରିଆଙ୍କ ଏହି ଶୋଭାଯାତ୍ରାର ସଫଳତା ପାଇଁ ସକ୍ରିୟ ସହଯୋଗ କରିବାକୁ ହିନ୍ଦୁ ଏକତା ବାହିନୀ ତରଫରୁ ଅନୁରୋଧ କରାଯାଇଛି।