କେସିଙ୍ଗା : (ପ୍ରୀତୀଶ ପଟେଲ )ମେ ୧ତାରିଖ ରେ ଶ୍ରମିକ ଦିବସ ପାଳନ କରାଯାଏ । ଗତ ଶ୍ରମିକ ଦିବସ ୧ ତାରିଖ ଦିନ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ପଂଚାୟତ ସ୍ଥିତ ଠେମରା ଗାଆଁ ର ଆମ୍ବ ତୋଟା ଠାରେ ଅପରାହ୍ନ ୪ ଘଣ୍ଟା ସମୟରେ ବିଜେପି ପକ୍ଷରୁ ଏକ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଟିତ ହୋଇ ଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରୀୟ ଶ୍ରମ ନିୟୋଜନ, ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଯୋଗଦେଇ ଓଡ଼ିଶା ରେ ରାଜ୍ୟ ବିଜେଡ଼ି ସରକାର କୁ ପରିବର୍ତ୍ତନ କରିବା ପାଇଁ ଦୁଇଟି ଭୋଟ ବିଜେପି ପ୍ରାର୍ଥୀ ଙ୍କୁ ଦେବା ପାଇଁ ଅନୁରୋଧ କରିଥିଲେ ।ରାଜ୍ୟ ରେ ବିଜେପି ସରକାର ଆସିଲେ ପ୍ରତ୍ୟେକ ମହିଳା ଙ୍କୁ ୧୦୦୦ ଟଙ୍କା ପ୍ରଦାନ କରାଯିବ ।
ଆୟୁଷ୍ମାନ ଯୋଜନା କୁ ଓଡ଼ିଶା କୁ ଲାଗୁ କରିବା ସହିତ ୭୦ ବର୍ଷ ରୁ ଉର୍ଦ୍ଧ ବୃଦ୍ଧା ଙ୍କୁ ଭତ୍ତା ପ୍ରଦାନ କରାଯିବ ।ଓଡ଼ିଶା ଚାଲିଥିବା ବିଜେଡ଼ି ଶାସନ କୁ ପରିବର୍ତ୍ତନ କରି ବିଜେପି କୁ କ୍ଷମତା କୁ ଆଣିବାକୁ ପଡ଼ିବ ,ତା ହେଲେ କେନ୍ଦ୍ର ର ସମସ୍ତ ଯୋଜନା କୁ ରାଜ୍ୟ ରେ ଫଳପ୍ରଦ କରାଯିବ ,ବୋଲି ଶ୍ରମ ମନ୍ତ୍ରୀ ମତ ପ୍ରକାଶ କରିଥିଲେ ।ବିଧାୟକ ପ୍ରାର୍ଥୀ ପ୍ରଦୀପ୍ତ ନାଏକ ବିରୋଧୀ ଙ୍କ ଉପରେ ଗର୍ଜିବା ସହିତ ମୋ ସ୍ବାସ୍ଥ୍ୟ ବିଷୟ ରେ ଆଲୋଚନା ନ କରି ରାଜ୍ୟ ରେ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରନ୍ତୁ ବୋଲି କହିଥିଲେ ।
ଉଭୟ ଶ୍ରମ ମନ୍ତ୍ରୀ ଓ ବିଧାୟକ ପ୍ରାର୍ଥୀ ରାଜ୍ୟ ରେ ଡବଲ ଇଞ୍ଜିନ ସରକାର ଲାଗୁ କରିବା ପାଇଁ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଙ୍କୁ ପଦ୍ମ ଫୁଲ ଚିଂହରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଲୋକସଭା ପ୍ରାର୍ଥୀ ମାଳବିକା ସିଂଦେଓ ,ସଦର ଭବାନୀପାଟଣା ବିଜେପି ବିଧାନ ସଭା ବିଧାୟକ ପ୍ରାର୍ଥୀ ପ୍ରଦୀପ୍ତ କୁମାର ନାଏକ,ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର,ଜିଲ୍ଲା ସହ ସଂଯୋଜକ ଯୁଗଳ କିଶୋର ପୋଢ଼,ପୂର୍ବତନ ବିଧାୟକ ଅନାମ ନାଏକ,ଭବାନୀପାଟଣା ସଦର ବିଧାନସଭା ପ୍ରଭାରୀ ମୁକେଶ ଅଗ୍ରୱାଲ ,ବୋରିଆ ମଣ୍ଡଳ ସଭାପତି ଅଶୋକ ପୋଡ଼,ଉତ୍କେଲା ମଣ୍ଡଳ ସଭାପତି ଅଭିମନ୍ୟୁ ସାହୁ,କେସିଙ୍ଗା ନଗର ସଭାପତି ମଗନ ସିନ୍ଦୁର ପ୍ରମୁଖ ଉପସ୍ଥିତ ଥିଲେ।