ହରଭଙ୍ଗା 4/5/24(ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ଉଠା ଜଳସେଚନ ବିଭାଗ ର ପ୍ରକଳ୍ପ ପୁନଃରୁଦ୍ଧାର କାର୍ଯ୍ୟରେ ବ୍ୟାପକ ହରିଲୁଟ ହୋଇଥିବା ଖବର ସାମ୍ନା କୁ ଆସିଛି। ଉଠାଜଳସେଚନ ବିଭାଗ ର ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ବ୍ୟାପକ ହରିଲୁଟ ହୋଇଥିବା ସ୍ଥାନୀୟ କୃଷକମାନେ ଅଭିଯୋଗ ଆଣିଛନ୍ତି। ପାଇପ ବିଛେଇ ଠିକାଦାର ସମ୍ପୂର୍ଣ ବିଲ ଉଠେଇ ଥିବା କଥା ମଧ୍ୟ ଅଭିଯୋଗ ହୋଇଛି। ବିଶେଷ କରି ହରଭଙ୍ଗା ବ୍ଲକ ର ହରଭଙ୍ଗା ଉଠାଜଳସେଚନ point -1, ଓ କୁଡାସିଙ୍ଗ point -1ରେ ଗତବର୍ଷ ସତର ଲକ୍ଷ ଟଙ୍କା ଅନୁଦାନ ଆସିଥିଲା। ଏହି ଅନୁଦାନ ରେ ଠିକାଦାର କେନାଲ ଖୋଳି ପାଇପ ପକେଇଥିଲା।

କିନ୍ତୁ ପାଣି ପରୀକ୍ଷା ନ କରି ସମ୍ପୂର୍ଣ ବିଲ ଉଠେଇ ନେଇଥିବା ଅଭିଯୋଗ ବର୍ତମାନ ସାମ୍ନା କୁ ଆସିଛି। ଏ ବାବଦରେ ଅଞ୍ଚଳ ର ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି। ଖାଲି ଏତିକି ନୁହେଁ ହରଭଙ୍ଗା ବ୍ଲକ ର ବିଭିନ୍ନ ଉଠାଜଳସେଚନ ପ୍ରକଳ୍ପ ପାଇଁ ଅନୁଦାନ ଆସିଥିଲା, କିନ୍ତୁ କାମ ସବୁ ଅଧପନ୍ତରିଆ କରି ବିଲ ଉଠାଯାଇଥିବା ଅଭିଯୋଗ ହେଉଛି।ମହାନଦୀ ରେ ବର୍ତମାନ ପାଣିର ଅଭାବ ଦେଖାଦେଇଥିବା ବେଳେ କେଉଁଭଳି ଭାବେ ଉକ୍ତ ପ୍ରକଳ୍ପ ର ପୁନଃଉଧାର କାର୍ଯ୍ୟ କରାଯାଇଛି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ଉଠାଜଳସେଚନ ବିଭାଗ ର ଯନ୍ତ୍ରୀ ସିଲାଇ ନାୟକ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରିନାହିଁ। ତେଣୁ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପ୍ରକଳ୍ପ ପୁନଃ ଉଦ୍ଧାର କାର୍ଯ୍ୟ ରେ ହୋଇଥିବା ବ୍ୟାପକ ଦୁର୍ନୀତି ର ଉଚସ୍ତରୀୟ ତଦନ୍ତ ସାଙ୍ଗକୁ କ୍ରାଇମ ବ୍ରାଞ୍ଚ ଓ ଭିଜିଲାନ୍ସ ତଦନ୍ତ କରିବା ସହିତ ହରଭଙ୍ଗା ବ୍ଲକ ର poin -1, ଓ point -2 ର କାମକୁ ଶୀଘ୍ର ଶେଷ କରିବା ପାଇଁ ଅଞ୍ଚଳ ର ଚାଷୀ ଭିକାରୀ ମାଝୀ, ଶ୍ରୀକାନ୍ତ ଦେହୁରୀ, ରାଜେନ୍ଦ୍ର ପ୍ରଧାନ, ବାଳକୃଷ୍ଣ ଭୋକ୍ତା ପ୍ରମୁଖ ଦାବୀ କରିଛନ୍ତି।