ଧର୍ମଗଡ଼ ତା ୧୦/୫(ହେମନ୍ତ କୁମାର ମାଝୀ)ବିଜେପି ଫୋକସରେ କଳାହାଣ୍ଡି ଜିଲ୍ଲା ସଂସଦୀୟ କ୍ଷେତ୍ର l କେନ୍ଦ୍ରମନ୍ତ୍ରୀଙ୍କ ବାରମ୍ବାର କଳାହାଣ୍ଡି ଗ୍ରସ୍ତ l ଆଜି ଧର୍ମଗଡ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ମାନନୀୟ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଯୋଗଦେଇ ବିଜେପି କାର୍ଯ୍ୟକର୍ତା ଙ୍କୁ ବିଜେପି ଦଳର ସଂକଳ୍ପ ଓ ନରେନ୍ଦ୍ର ମୋଦି ଗ୍ୟାରେଣ୍ଟି ସମନ୍ଧରେ ଅବଗତ କରାଇଲେ l ଓଡିଶାରେ ବିଜେଡି ସରକାର ର ଆକ୍ସପାଏରୀ ଡେଟ ଆସି ଯାଇଛି 4 ଜୁନ ରେ ବିଜେଡି ଆକ୍ସପାଏରୀ ହେବ ବୋଲ ନିଜ ଅଭିଭାଷଣ ଆରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ l

ଓଡିଶାରେ ଡବଲ ଇଂଜିନ ସରକାର ହେବ ଏବଂ ଚାଷୀ ମାନଙ୍କୁ ଧାନ କ୍ଵଇଣ୍ଟାଲ ପିଛା ୩୧୦୦  ଟଙ୍କା ଦିଆଯିବ ଏବଂ ସବୁ ମହିଳା ମାନଙ୍କୁ୫୦  ହଜାରର ଭାଉଚର ଦିଆ ଯିବ ଯାହା ଦ୍ଵାରା ମହିଳା ମାନେ ସଶକ୍ତ ହେବେ ବୋଲି କହିଥିଲେ ଏହା ସହିତ ଓଡିଶାରେ ବିଜେପି ଆସିଲେ ଦ୍ରୁତ ଗତିରେ ବିକାଶ ହେବ l ଓଡିଶାର ବିକାଶ ପାଇଁ ବିଜେପିର ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଲେ ଜଣେ ଓଡ଼ିଆ ପୁଅ କିମ୍ବା ଓଡ଼ିଆ ଝିଅ ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟ ର ବିକାଶ କରିବେ ତାମିଲ ଶାସନ ବନ୍ଦ ହେବ ବୋଲି ବିଜେଡି ଉପରେ ଗର୍ଜି ଥିଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର, ଜିଲ୍ଲା ଉପସଭାପତି ଲକ୍ଷ୍ମୀ କାନ୍ତ ବାଗ, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସତ୍ୟ ନାରାୟଣ ଵେହେରା, ସଂଯୋଜକ ମନିନ୍ଦ୍ର ଭୁଷଣ ପାତ୍ର, ଅପ୍ରେସ ସ୍ଵାଇଁ, ନଗର ପାଳ ଅଶୋକ ମହାନ୍ତି, ଖଇରପଦର ମଣ୍ଡଳ ଟିକେ ମଣି ସା, ଟିପିଗୁଡା ମଣ୍ଡଳ ପ୍ରଭାରୀ ଜନ୍ମେଜୟ ନାଏକ, ଜଗନ୍ନାଥ ପାଣିଗ୍ରାହୀ (ଛତିଶଗଡ଼) ଏଵଂ ଵହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଧର୍ମଗଡ଼ ରୁ