ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁରରେ ଅଘଟଣ, ଦୁଇ ଯାତ୍ରୀବାହୀ ବସ୍ ମୁହାଁ ମୁହିଁ ଧକ୍କା । ବହୁ ଯାତ୍ରୀ ଆହତ । ଦୁଇ ବସର ଡ୍ରାଇଭର ଚାପି ହୋଇ ଗୁରୁତର ହୋଇଥିବାବେଳେ ଚକାଡୋଳା ବସର ଡ୍ରାଇଭାରଙ୍କ ମୃତ୍ୟୁ ହୋଇଥିବା ସୂଚନା। ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।
ସୋନପୁର-ସମ୍ବଲପୁର ରାଜ୍ୟ ରାଜ ପଥର ଡୁଡୁପାଲି ନିକଟରେ ଘଟିଛି ଦୁର୍ଘଟଣା। ସୂଚନା ଅନୁସାରେ କରିସ୍ମା ନାମକ ଏକ ଯାତ୍ରୀ ବାହୀ ବସ୍ ସୋନପୁର ରୁ ସମ୍ବଲପୁରକୁ ଯାତ୍ରୀଙ୍କୁ ନେଇ ଯାଉଥିଲା । ସେପଟୁ ଚକାଡୋଳା ନାମକ ଏକ ବସ୍ ସମ୍ବଲପୁର ପଟୁ ଆସୁଥିବାବେଳେ ଡୁଡୁପାଲି ବୁଲାଣିରେ ମୁହାଁ ମୁହିଁ ଧକ୍କା ହୋଇଥିଲା ।
ଫଳରେ କରିଷ୍ମା ବସରେ ଥିବା ୨୦ ରୁ ଅଧିକ ଯାତ୍ରୀ ଆହତ ହେବା ସହିତ ଉଭୟ ଗାଡ଼ିର ଡ଼୍ରାଇଭର ଚାପି ହୋଇ ଯାଇଥିଲେ । ଚକାଡୋଳା ବସର ଡ୍ରାଇଭର ଚାପି ହୋଇ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି। ଆହତ ମାନଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଏନେଇ ବିରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଘଟଣାସ୍ଥଳ ରେ ପହଂଚିବା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ପହଂଚି ଡାକ୍ତର ଓ ଆହତ ମାନଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ବୁଝିଛନ୍ତି l