ମୁନିଗୁଡା : ( ରମାକାନ୍ତ ପୋଡାଲ )ରାୟଗଡା ଜିଲ୍ଲା ମୁନିଗୁଡାର ବିଜେଡି କାର୍ଯ୍ୟାଳୟ ପରିସରରେ ବିଜେଡି ବ୍ଲକ ସଭାପତି ରତନ ଲାଲ ଜୈନ ଓ ଜିଲ୍ଲା ସାଧାରଣ ସମ୍ପାଦକ ପୂର୍ଣଚନ୍ଦ୍ର ଗୌଡ଼ଙ୍କ ମିଳିତ ସଂଯୋଜନାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେଶିବପଦର ଗ୍ରାମ ପଞ୍ଚାୟତ ହାତିପଦର,ପାଜିବାଲି ଗ୍ରାମର ବିଭିନ୍ନ ଦଳର ବହୁ ସଂଖ୍ୟାରେ ଯୁବଗୋଷ୍ଠୀ ମାନେ ବିଜେଡିରେ ଯୋଗଦାନ କରିଛନ୍ତି l

ଏହି ମିଶ୍ରଣ ପର୍ବରେ ଶିବପଦର ଗ୍ରାମ ପଞ୍ଚାୟତର ହାତିପଦର ଗ୍ରାମର ଦେବରାଜ ହିଆଲ,ସୁଦର୍ଶନ କୁସୁଲିଆ, ବିଦ୍ୟାଧର କଣ୍ଡରୁ,ଅସ୍ତବ ବୋଗି, ସାଲେବାନ କୁସୁଲିଆ,ଦଣ୍ଡ ବୋଗି, ଟୁଟୁ ପରିଛା,ଭୀମ ବାଗ, ବାସୁଦେବ କାତି,ଲୋକନାଥ କତାବଲସା, ମାନସ ଦୋରା,ଚନ୍ଦ୍ର ଗରଡ଼ିଆ, ଅଭିମନ୍ୟୁ କୁସୁଲିଆ ପ୍ରମୁଖ ସେହିପରି ପାଜିବାଲି ଗ୍ରାମର ଜଳ ସିକକା, ମଣ୍ଡଳ ସାରକା,ଲଳିତ କାଡ୍ରାକା, ପ୍ରଦୀପ ମାଣ୍ଡିକା,ସୁଶାନ୍ତ ସିକକା, ସନ୍ତୋଷ ମାଣ୍ଡିକା,ସୁବାଷ ମାଣ୍ଡିକା, ଲକ୍ଷ୍ମୀକାନ୍ତ ସିକକା,ସନ୍ତୋଷ ସିକକା, ମନୋଜ ସିକକା,ଶ୍ରୀକୃଷ୍ଣ ସିକକା,ଦିପୁ ସିକକା ପ୍ରମୁଖ ବିଶେଷ କରି ବିଭିନ୍ନ ଦଳର ନେତା ଓ କର୍ମୀଙ୍କ ସମେତ ଯୁବଗୋଷ୍ଠୀ ମାନେ ବିଜେଡିରେ ଯୋଗଦାନ କରିଛନ୍ତି l

ଏମାନଙ୍କୁ ଦଳ ତରଫରୁ ଦଳୀୟ ଚିହ୍ନ ଥିବା ଉତ୍ତରୀୟ ପ୍ରଦାନ କରି ବିଜୁ ଜନତା ଦଳକୁ ସ୍ୱାଗତ କରିବା ସହ ଆଗାମୀ ସାଧାରଣ ନିର୍ବାଚନରେ ଦଳ କିପରି ଆହୁରି ଅଧିକ ମଜବୁତ ହୋଇ ବିପୁଳ ଭୋଟରେ ବିଜୟ ଲାଭ କରିବ ସେନେଇ ଆଲୋଚନା କରିଥିଲେ l ଆଗାମୀ ଦିନରେ ଶିବପଦର ଗ୍ରାମ ପଞ୍ଚାୟତର ଆହୁରି ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ମାନେ ବିଜେଡିରେ ଯୋଗଦାନ କରିବେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଚିନ୍ତାଧାରା ଓ ବିଭିନ୍ନ ଗରିବ କଲ୍ୟାଣ ଯୋଜନାକାରୀ ଉପରେ ଅନୁପ୍ରାଣିତ ହୋଇ ବିଜେଡି ଦଳରେ ଯୋଗଦାନ କରିଥିବା ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପୂର୍ଣଚନ୍ଦ୍ର ଗୌଡ଼ ପ୍ରକାଶ କରିଛନ୍ତି l

ଅନ୍ୟ ମାନଙ୍କ ମଧ୍ୟରେ ଶିବପଦର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରକାଶ କରସିକା,ବିଜେଡି ସଙ୍ଗଠକ ପିଙ୍କୁ ପାତ୍ର,ଯୁବ ବ୍ଲକ ସଭାପତି ସିମାଞ୍ଚଳ ଦାସ,ବୁବୁନା ବେହେରା,ଯୁବ ନେତା ସୁରି ବାବୁ, ପ୍ରଶାନ୍ତ ମାଦଳା,ଜମି ଭାନୁ ପ୍ରତାପ,ଶେଖ ନାସାଦ,ସୋମନାଥ କରକରିଆ,ପିଙ୍କୁ ଦୁବେ ପ୍ରମୁଖଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ l