ହରଭଙ୍ଗା – ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ସାତଖଣ୍ଡ, ହିଞ୍ଜଳ, କୁଟିବାରୀ, ଜାବର, ମହାଲିକପଡା, ଶଙ୍କୁଲେଇ, ଛତରଙ୍ଗ, ଶଙ୍କରଡା, ବୁଲୁରା ଓ ମଲିକପଡା ଆଦି ବିଭିନ୍ନ ଗ୍ରାମରେ ହରଭଙ୍ଗା ଥାନା ପୋଲିସ ଓ ଆଇଆରବି ପକ୍ଷରୁ ଫ୍ଲାଗମାର୍ଚ କରାଯିବା ସହ ବିପୁଳ ମାତ୍ରରେ ଭୋଟ ଦେବାପାଇଁ ଭୋଟର ମାନଙ୍କୁ ସଚେତନତା କରଯାଇଥିଲା ।

ବିନା ଚାପରେ, କୌଣସି ପ୍ରଲୋଭନର ବଶବର୍ତ୍ତୀ ନହୋଇ ମୁକ୍ତ, ଅବାଧ ନିର୍ବାଚନ ପାଇଁ ଆସନ୍ତା ୨୦ ତାରିଖ ଦିନ ସାମିଲହୋଇ ଅଧିକ ସଂଖ୍ୟାରେ ଭୋଟ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ ।  ସ୍ଵଛ, ଦୁର୍ନୀତି ମୁକ୍ତ ଓ ନିରେପେକ୍ଷ ନିର୍ବାଚନ ପରିଚାଳନାରେ ପ୍ରଶାସନକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ମଧ୍ୟ ଅନୁରୋଧ କରିଥିଲେ । ଏସଡ଼ିପିଓ କୁଲଦୀପ ମୀନାଙ୍କ ପ୍ରତ୍ୟକ୍ଷ  ତତ୍ଵାବଧାନରେ ହରଭଙ୍ଗା ଥାନା ପୋଲିସ ଓ ଆଇଆରବି ଯବାନମାନେ ଫ୍ଲାଗମାର୍ଚ ଓ ଭୋଟର ସଚେତନତା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।