ଧର୍ମଗଡ଼  ୧୪/୫(ହେମନ୍ତ କୁମାର ମାଝୀ)ଚଳିତ ବର୍ଷ ୨୦୨୪ ମସିହା ର ସିଵିଏସଇ ଦଶମ ଶ୍ରେଣୀ ପରୀକ୍ଷା ରେ ଧର୍ମଗଡ଼ ର ଦୁଇ ଜଣ ଛାତ୍ର ପ୍ରଥମ ସ୍ଥାନ ରଖି ଧର୍ମଗଡ଼ ର ଅର୍ଜୁନ କରିଛନ୍ତି।

ଧର୍ମଗଡ଼ ଵସ୍ତିପଡା ର ଶ୍ରୀଯୁକ୍ତ କିରଣ ସାହୁ ଓ ତାଙ୍କୁ ଧର୍ମ ପତ୍ନୀ ଶ୍ରୀମତୀ ରୀନା ସାହୁ ଙ୍କ ଏକ ମାତ୍ର ପୁତ୍ର କୈଶିକ ସାହୁ  ଧର୍ମଗଡ଼ (କୁଟରୁ) ଏ,ଏଲ,ନି,ସି ସ୍କୁଲ ର ଛାତ୍ର ଶତକଡ଼ା ୯୬,୪ ରଖି ଥିଵା ଵେଳେ।

ସେହିପରି ଧର୍ମଗଡ଼ ଅରବିନ୍ଦ ପଡା ର ଶ୍ରୀଯୁକ୍ତ କିଶୋର ଅଗ୍ରୱାଲ ଓ ତାଙ୍କୁ ଧର୍ମ ପତ୍ନୀ ଶ୍ରୀମତୀ ସୁନିତା ଅଗ୍ରୱାଲ ଙ୍କ ପୁତ୍ର ହେମନ୍ତ ଅଗ୍ରୱାଲ (ଶ୍ୟାମ) ଭବାନୀପାଟଣା ବିକାଶ ସ୍କଲ ରେ  ଶତକଡା ୯୬ ରଖି  ଦ୍ଵିତୀୟ ସ୍ଥାନ  ପାଇଛନ୍ତି ।

ଏହି ଦୁଇ ଛାତ୍ର କୁ ଏହି ଅଞ୍ଚଳ ଲୋକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଥିବା ବେଳେ ଓ ପରିବାର ସମ୍ପର୍କୀୟ ମାନେ ମଧ୍ୟ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଖୁସିରେ ମିଠା ମଧ୍ୟ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି। ତାଙ୍କ ମାଁ ବାପା ଓ ପରିବାର ଲୋକେ ଵହୁତ ଉତ୍ସାହ ଥିଵା ଦେଖିବାକୁ ମିଳିଥିଲା।