ବୌଦ୍ଧ- ( ଚିତ୍ତରଞ୍ଜନ ସିଂହ ) ସଧାରଣ ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଜୋରଦାର ହୋଇଛି l ଆଜି ବିଜେପି ସଭପତିଙ୍କ କାର୍ଯ୍ୟାଳୟରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ମୋଦୀ ସରକାରଙ୍କ ଗ୍ୟାରେଣ୍ଟି ଉପରେ ଆଲୋଚନା କରି ବିଭିନ୍ନ ଯୋଜନା ସମ୍ପର୍କରେ ପ୍ରକାଶ କରିଥିଲେ l
ରାଜ୍ୟରେ ବିଜେଡ଼ି ସରକାର ୨୫ବର୍ଷ ଶାସନ କରି ପାପ ପେଡିର ସମସ୍ତ ବିଷୟର ଖୁଲାସା କରିଥିଲେ l ଓଡିଶାରେ ପରିବର୍ତ୍ତନ ଆଣି ଡବଲ ଇଞ୍ଜିନ ସରକାର ରାଜ୍ୟରେ ଏବଂ ବୌଦ୍ଧଜିଲ୍ଲାର ପ୍ରାର୍ଥୀ ବିଜୟ ହେଲେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ହୋଇପାରିବ l
ଉପ ସଭାପତି ଶ୍ୟାମସୁନ୍ଦର ପୁରୋହିତ ଗତ ନିର୍ବାଚନର ବିଜେଡ଼ି ଶତ୍ରୁମାନଙ୍କୁ ଚଳିତ ନିର୍ବାଚନରେ ହାରିବା ଭୟରେ ହାତ ମିଳାଇବା ଲଜ୍ଜ୍ୟାର ବିଷୟ l ଏହି ସାମ୍ୱାଦିକ ସମ୍ମିଳନୀରେ ସାଧାରଣ ସଂପାଦକ ତାପସ କୁମାର ପଟ୍ଟନାୟକ ଉପସ୍ଥିତ ରହିଥିଲେ l