ହରଭଙ୍ଗା- ୩୧/୦୫ ( ଚିତ୍ତରଞ୍ଜନ ସିଂହ )ଧଳପୁର ରାଜେନ୍ଦ୍ରନାରାୟଣ ଉଚ୍ଚ ବିଦ୍ୟାଳୟପରିସରରେ ବିଦ୍ୟାଳୟ ରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୈଳାସ ପ୍ରଧାନ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି। ଶ୍ରୀଯୁକ୍ତ ପ୍ରଧାନ ତା ୦୫/୦୯/୧୯୮୯ ରିଖ ରୁ ବୌଦ୍ଧ ଜିଲ୍ଲା କୁଶଙ୍ଗ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ଶିକ୍ଷକ ଭାବେ ତାଙ୍କ କର୍ମମୟ ଜୀବନ ଆରମ୍ଭ କରନ୍ତି। ସେହି ବିଦ୍ୟାଳୟ ରେ ଜଣେ ଆଦର୍ଶବାନ, ନିଷ୍ଠାପର, ଦାୟିତ୍ଵସମ୍ପନ୍ନ, କର୍ତ୍ତବ୍ୟ ପରାୟଣ ଶିକ୍ଷକ ଭାବେ ୧୫ ବର୍ଷ ଶିକ୍ଷାଦାନ କରି ୨୦୦୪ ରୁ ସ୍ଥାନୀୟ ରାଜେନ୍ଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ଶିକ୍ଷକ ଓ ପରବର୍ତ୍ତୀ ସମୟରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ନିର୍ବାହ କରିଆସୁଛନ୍ତି।
ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ଶ୍ରୀମତୀ ତୁଳାବତି ପ୍ରଧାନ ଓ ଶ୍ରୀଯୁକ୍ତ ଦିଗାମ୍ବର ପ୍ରଧାନ ଙ୍କ ଜ୍ୟେଷ୍ଠ ପୁତ୍ର ଭାବେ ଜନ୍ମିତ ଶ୍ରୀଯୁକ୍ତ ପ୍ରଧାନଙ୍କର ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ର ବିକାଶ ରେ ଅତୁଳନୀୟ ଅବଦାନ ରହିଛି। ବିଜ୍ଞାନ ସହ କଳା, ସଂସ୍କୃତି, କ୍ରୀଡା ଓ ସହ ଶିକ୍ଷା କାର୍ଯ୍ୟକ୍ରମ ର ବିକାଶ ରେ ତାଙ୍କର ଅବଦାନ ଅବିସ୍ମରଣୀୟ। ଯୁବ ସୁଲଭ ଗୁଣ ଯୋଗୁଁ ଶ୍ରୀଯୁକ୍ତ ପ୍ରଧାନ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷାପ୍ରେମି ଓ ସ୍ଥାନୀୟ ଜନସାଧାରଣ ମହଲ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବ ରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବାବୁଲାଲ ଭୋକ୍ତା ସଭାପତିତ୍ବ କରିଥିବାବେଳେ, ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗେନ୍ଦେରା କୁଜୁର ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେର ମୁଖ୍ୟ ବକ୍ତା, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ଲୁହା ସମ୍ମାନୀତ ଅତିଥି , ସ୍ଥାନୀୟ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ମହାକୁଡ ଓ ମୋ ସ୍କୁଲ୍ ଆଲୁମିନି ସଭାପତି ଶ୍ରୀଯୁକ୍ତ ରାଜକିଶୋର ପଣ୍ଡା ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ।
ଉକ୍ତ ବର୍ଣ୍ଣାଢ଼୍ୟ ଉତ୍ସବରେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷା କର୍ମଚାରୀ ବିଦ୍ୟାଧର ଖୁଣ୍ଟିଆ, ଜଜ୍ଞେଶ୍ୱର ମହାକୁଡ,ବିଶ୍ଵାମିତ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ସଭାରେ ମଞ୍ଚାସିନ ଅତିଥି ଓ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରୁ ଆସିଥିବା ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ କୈଳାସ ପ୍ରଧାନ ଙ୍କ ସେବନିବୃତ୍ତ ପର ଜୀବନ ନିରୋଗ, ସୁଖମୟ ଓ ସମାଜ ପାଇଁ ଉତ୍ସର୍ଗୀକୃତ ହେଉ ବୋଲି କାମନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଙ୍କ ତରଫରୁ ଏକ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶ୍ରୀଯୁକ୍ତ ସଞ୍ଜୀବ କୁମାର ଭୋକ୍ତା ଧନ୍ୟବାଦ ଅର୍ପଣ କରିଥିଲେ।