ହରଭଙ୍ଗା ୦୨/୦୬(ଚିତ୍ତ ରଞ୍ଜନ ସିଂ )-ବୌଦ୍ଧ -କନ୍ଧମାଳ ସୀମାନ୍ତ ରାଣୀପଥର ଠାରେ ରବିବାର ଅପରାହ୍ନରେ ଏକ ମିକଶ୍ଚର ମେସିନ ଓଲଟି ଜୈନିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନାନୁସାରେ କନ୍ଧମାଳ ଜିଲ୍ଲା ରାଣୀପଥର ଠାରୁ ଖଜୁରିପଡା ପର୍ଯ୍ୟନ୍ତ ପାହାଡ଼କାଟି ଏକ ରାସ୍ତା ନିର୍ମାଣ ଚାଲିଛି।ଆଜି ଅପରାହ୍ନରେ ରାସ୍ତକାମ ଚାଲିଥିବା ସମୟରେ ଅସାବଧାନତା ହେତୁ ମିକଚର ମେସିନ ଓଲଟି ପଡିଥିଲା।
ଏହି ଦୁର୍ଘଟଣାରେ ଅନୱର ଅଂସାରି ନାମକ ଜଣେ ଶ୍ରମିକ ମେସିନ ତଳେ ଚାପି ହୋଇଯାଇଥିଲେ। ଖବର ପାଇ ଚାରିଛକ ଦମକଳ ଘଟଣାସ୍ଥଳରେ ପହଁଚି ଗୁରୁତରଙ୍କୁ ଉଦ୍ଧାର କରି ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।ଫୁଲବାଣୀ ସଦରଥାନା ପୁଲିସଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭକରିଛି।