ହରଭଙ୍ଗା: ୦୫/୦୬ (ଚିତ୍ତ ରଞ୍ଜନ ସିଂ )୨୫ବର୍ଷର ବିଜେଡି ସରକାର ଙ୍କୁ ମାତ ଦେଇ ବୌଦ୍ଧ ବିଧାନସଭା ଆସନ ହାତେଇଛି ବିଜେପି । ବିଜେପି ର ବିଧାୟକ ପ୍ରାଥି ସରୋଜ ପ୍ରଧାନ ବିଜେଡି ର ଭେଟ୍ରାନ ଲିଡ଼ର ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କୁ ୨୭୬୫ ଭୋଟ ବ୍ୟବଧାନ ରେ ହରାଇ ବିଜୟ ହୋଇଛନ୍ତି । କିନ୍ତୁ ପୂର୍ବରୁ ସେ ହରଭଙ୍ଗା ବ୍ଲକ ର ରାଧାନଗର ପଞ୍ଚାୟତ ରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ଓ ପରେ ପୁଣି ବ୍ଲକ ର ଉପାଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିଲେ।

ଚଳିତ ବର୍ଷ ବିଜେପି ଦଳ ପକ୍ଷରୁ ଟିକେଟ ପାଇ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ଭାବେ ପ୍ରତିଦ୍ବନ୍ଦିତା କରିଥିଲେ ଓ ବିଜୟୀ ଲାଭ କରିଥିଲେ।ବିଜୟ ପରେ ସରୋଜ ଗତକାଲି ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ଓ ରାଧାନଗର ସମିତି ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

ମଙ୍ଗଳବାର ଦିନ ଗଣତି ସରିବା ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ପ୍ରଧାନ ଙ୍କୁ ବିଜୟ ଘୋଷଣା କରିଥିବା ବେଳେ ବୁଧବାର ଦିନ ହରଭଙ୍ଗା ବ୍ଲକ କୁ ଆସି ବିଡ଼ିଓ ଶରତ ଚନ୍ଦ୍ର ସେଠି ଙ୍କୁ ନିଜର ଇସ୍ତାଫା ପତ୍ର ପ୍ରଦାନ କରିଛନ୍ତି । ପରେ ନବନିର୍ବାଚିତ ବିଧାୟକ ସରୋଜ କୁମାର ପ୍ରଧାନ ସମର୍ଥକମାନଙ୍କୁ ଭେଟିବା ସହ ବିଧାୟକ ପଦର ଶପଥ ଗ୍ରହଣ ପାଇଁ ଭୁବନେଶ୍ବର ଅଭିମୁଖେ ବାହାରି ଯାଇଥିଲେ ।