କେସିଙ୍ଗା : (ପ୍ରୀତେଶ ପଟେଲ)ଗତ କିଛି ମାସ ତଳେ ରାଜ୍ୟ ସରକାର ରାଜସ୍ବ ବିଭାଗ ନିକଟରୁ କିଛି ଦାୟିତ୍ଵ କାଢି ନେଇ ଖଣିଜ ବିଭାଗ କୁ ଦେଇଥିଲେ ।ତହିଁ ମଧ୍ୟରୁ ରାଜ୍ୟର ସମସ୍ତ ବାଲିଘାଟ ,ପଥର କ୍ୱରୀ,ମାଟି ଉତ୍ତୋଳନ ଉପରୁ ରାଜସ୍ବ ଆଦାୟ ଭଳି ଲଘୁ ଖଣିଜ ସାମଗ୍ରୀ ରହିଥିଲା ।କିନ୍ତୁ ବର୍ତ୍ତମାନ ତାହା ସରକାରଙ୍କ ଏକ ଭୁଲ ନିଷ୍ପତି ଥିବା ଭଳି ମନେ ହେଉଛି କାରଣ ବାଲିଘାଟ ଗୁଡ଼ିକ ରାଜସ୍ବ ପ୍ରଦାନ କରୁଥିବା ବେଳେ ମାଟି ଖନନ କରୁଥିବା ବ୍ୟକ୍ତି ବିଶେଷ କିନ୍ତୁ ସରକାର ଙ୍କୁ ଠକି ଦେଉଥିବା ଭଳି ମନେ ହେଉଛି ।କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଗ୍ରାମ ପଞ୍ଚାୟତ ର ଜାତୀୟ ରାଜପଥ ୨୬ ନିକଟରେ ଏକ ବ୍ୟକ୍ତି ସରକାରଙ୍କୁ କମ୍ ଟଙ୍କା ରାଜସ୍ବ ଦେଇ ଅଧିକ ମାଟି ଉତ୍ତୋଳନ କରିଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବକ ନିଜର କୌଣସି ବ୍ୟକ୍ତି ଗତ କାର୍ଯ୍ୟ ପାଇଁ ଜମି ମାଲିକ ଜଣକ ଜାତୀୟ ରାଜପଥ ପାର୍ଶ୍ଵ ରେ ଥିବା ନିଜ ଜମିରେ ପାଖା ପାଖି ୧୦ ଫୁଟ ଉଚ୍ଚତା ରେ ମାଟି ପକାଇ ପୋତି ପକାଇଛନ୍ତି ।ଯେଉଁ ଜାଗାରେ ମାଟି ପୋତା ଯାଇଛି ତାହାର ଲମ୍ବ ପାଖା ପାଖି ୫୦ ମିଟର ଓ ଓସାର ପାଖାପାଖି ୩୦ ହେବା ନେଇ ଆଲୋଚନା ହେଉଛି । ବ୍ୟକ୍ତି ଜଣକ କେତେ ସିଏମ୍ ମାଟି ପାଇଁ କେତେ ରାଜସ୍ବ ପ୍ରଦାନ କରିଚନ୍ତି ସେହି ବିଷୟ ରେ ଆମେ ଖଣିଜ ବିଭାଗ ର ଅଧିକାରୀଙ୍କୁ ପଚାରିଥିଲେ ସୁଦ୍ଧା ସେ ସମ୍ପୂର୍ଣ ତଥ୍ୟ ପ୍ରଦାନ ରେ ବିଫଳ ହୋଇଥିଲେ ।ବିଭାଗୀୟ ଅଧିକାରୀ ଙ୍କ କହିବା ଅନୁଯାୟୀ କାହା ନାଁ ରେ ରାଜସ୍ବ ପୈଠ କରାଯାଇଛି ତାହା କହିଲେ ସୂଚନା ମିଳିଯିବ ।
କିନ୍ତୁ ଏକ ସୂଚନା ମୁତାବକ ବ୍ୟକ୍ତି ଜଣକ ୩୬୦ ସି ଏମ୍ ମାଟି ପୋତିବା ପାଇଁ ପାଖାପାଖି ୨୪୦୦୦ ରୁ ୩୦୦୦୦ ଟଙ୍କା ରାଜସ୍ବ ପ୍ରଦାନ କରିଛନ୍ତି କିନ୍ତୁ ଯେତିକି ସି ଏମ୍ ମାଟି ପାଇଁ ରାଜସ୍ବ ପ୍ରଦାନ କରିଛନ୍ତି ତାହା ଠାରୁ ଢେର୍ ଅଧିକ ମାଟି ପୋତି ଥିବା ସାଧାରଣରେ ଆଲୋଚନ ର ବିଷୟ ସାଜିଛି ।ଏହି ବିଷୟ ରେ ଖଣିଜ ବିଭାଗ ର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।ବିଭାଗ ପାଖରେ ମାଟି ଚୋରିର ଖବର ନାହିଁ ନା ଜାଣିଶୁଣି ଚୁପ୍ ରହିଛି ସେଥି ପ୍ରତି ସନ୍ଦେହ ସୃଷ୍ଟି ହେଉଥିବା ବେଳେ ଖଣିଜ ବିଭାଗ କେବେ ଆସି ପୋତା ଯାଇଥିବା ମାଟି ର ମାପଯୁପ କରିବ ଓ ଏହି ମାଟି ଚୋର ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନା ନିଜ ପକେଟ ଗରମ କରି ଚୁପ୍ ଚାପ୍ ବସି ରହିବ ତାହା ଦେଖିବାକୁ ବାକି ରହିଲା।