ହରଭଙ୍ଗା ୧୪/୬ (ଚିତ୍ତ ରଞ୍ଜନ ସିଂ )ହିନ୍ଦୁ ସଂସ୍କୃତି ଓ ପରମ୍ପରା ଅନୁସାରେ ବାର ମାସରେ ତେର ପର୍ବ ପାଳନ ହୋଇଥାଏ। ରଜପର୍ବ ହେଉଛି ଝିଅ ବୋହୁ ମାନଙ୍କ ପର୍ବ। ଏହା ସାଧାରଣତଃ ତିନିଦିନ ଧରି ପାଳନ କରାଯାଇଥାଏ। ପ୍ରଥମ ଦିନ ପହିଲିରଜ, ଦ୍ୱିତୀୟ ଦିନ ରଜସଂକ୍ରାନ୍ତି, ତୃତୀୟ ଦିନ ଭୂମିଦହନ ବା ବସୁମତୀ ସ୍ନାନ ରୂପେ ପାଳନ କରାଯାଇଥାଏ। ଏହି ତିନିଦିନ ଝିଅ ମାନେ ସକାଳୁ ଉଠି ନିତ୍ୟକର୍ମ ସାରି ନୂଆଡ୍ରେସ ପିନ୍ଧି, ପାଦରେ ଅଳତା ଲଗେଇ ସାଙ୍ଗ ମାନଙ୍କ ସହିତ ରଜଦୋଳି, କାଚ କଉଡ଼ି, ଚେସ,ଲୁଡୁ ଗୋଟି ଆଦି ବିଭିନ୍ନ ଖେଳ ଖେଳିଥାନ୍ତି।
ଏହି ଦିନ ସମସ୍ତଙ୍କ ଘରେ ପୋଡ଼ ପିଠା ସାଙ୍ଗକୁ ବିଭିନ୍ନ ପ୍ରକାର ର ପିଠା ପଣା ହୋଇଥାଏ।ଅନ୍ୟପଟେ ରଜ ପର୍ବ କୁ କୃଷିଭିତିକ ପର୍ବ ର ଆଖ୍ୟା ଦିଆଯାଇଛି। ଯେହେତୁ ରଜ ପର୍ବ ଠାରୁ ବର୍ଷା ର ଆଗମନ ହୋଇଥାଏ ଓ କୃଷକ ଚାଷ କାମ ଆରମ୍ଭ କରିଥାଏ।ହରଭଙ୍ଗା ବ୍ଲକ ରେ ମଧ୍ୟ ଏହି ପର୍ବ ଖୁବ ଧୂମଧାମ ରେ ପାଳିତ ହୋଇଯାଇଛି। ଝିଅ ବୋହୁ ମାନେ ନୂଆ ପୋଷାକ ପିନ୍ଧି, ଅଳତା ଲଗେଇ, ପୋଡ଼ ପିଠା ଖାଇ, ପାନ ଖାଇ, ରଜଦୋଳି ଖେଳୁଥିବା ଦେଖିବାକୁ ମିଳିଥିଲା।