ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସହ ରୋଗୀ ଙ୍କୁ ଫଳ ବଣ୍ଟନ 

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ ) ନବନିର୍ବାଚିତ କନ୍ଧମାଳ ସାଂସଦ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ବିଧାୟକ ଙ୍କ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ। ସୂଚନା ମତେ ଶନିବାର ଦିନ ନବନିର୍ବାଚିତ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ନବନିର୍ବାଚିତ ବିଧାୟକ ସରୋଜ କୁମାର ପ୍ରଧାନ ପ୍ରଥମେ ଦଳର କର୍ମକର୍ତ୍ତା ଙ୍କ ସହ ପୁରୁଣାକଟକ ସ୍ଥିତ ମା ଭୈରବୀ ଙ୍କ ଦର୍ଶନ କରିଥିଲେ। ଏବଂ ତା ପରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାରେ ଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ଙ୍କ ସହ ରୋଗୀ ସେବା ବିଷୟରେ ଆଲୋଚନା କରିଥିଲେ।

ତା ପରେ ଡାକ୍ତରଖାନା ରେ ଚିକିତ୍ସ୍ଚିତ ହେଉଥିବା ପ୍ରତ୍ୟକ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ରୋଗୀସେବା, ପରିମଳ ବ୍ୟବସ୍ତା, ଔଷଧ ବଣ୍ଟନ ଉପରେ ଉପସ୍ଥିତ ଥିବା ଡାକ୍ତର ଓ ନର୍ସ ଙ୍କ ସହ ଆଲୋଚନା କରିଥିଲେ।ଯେହେତୁ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆଖ ପାଖ ଅଞ୍ଚଳ ର ଶହ ଶହ ରୋଗୀ ନିର୍ଭର କରିଥାନ୍ତି ।ଆବଶ୍ୟକୀୟ ଉପକରଣ ଥିଲେ ସୁଦ୍ଧା କର୍ମଚାରୀ ଓ ଡାକ୍ତର ଅଭାବ ରେ ରୋଗୀ ମାନଙ୍କୁ ଅନ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଉଛି,ତେଣୁ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା କୁ ନେଇ ଉଭୟ ସାଂସଦ ଓ ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ। ରାଜ୍ୟ ରେ ବର୍ତମାନ ଡବଲ ଇଂଜିନ ସରକାର ଆସିଲା ତେଣୁ ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ଜନ ସାଧାରଣ ଙ୍କୁ ପ୍ରତିଶୃତି ଦେଇଥିଲେ।