ସମସ୍ୟା ସମାଧାନ ନ ହେଲେ ଚାଷୀ ଆନ୍ଦୋଳନ ର ଚେତାବନୀ
ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକ ଲଷ୍ମୀନାଳ ରୁ ହୋଇଥିବା ଗାନ୍ଧୀ କେନାଲ ଖୁଦ୍ର ଜଳ ସେଚନ ପ୍ରକଳ୍ପ ଚାଷ କାର୍ଯ୍ୟ ଉଦେଶ୍ୟ ରେ 2001 ମସିହାରେ ନିର୍ମାଣ କରାଯାଇଥିଲା l ଉକ୍ତ କେନାଲରୁ ତିଲେଶ୍ୱର ଓ ରାମଗଡ ଦୁଇଗୋଟି ପଞ୍ଚାୟତ ର ମୂଷାଡ, କୁଟୁଣିଆପଡା,ଟାକୁଡ଼, ଖଜୁରିଆ, ଛେଳି ଲେଣ୍ଡି, ମହିବାହାଲ, ଠେଲାମlରୁଣୀ, କୋଇଲିସୂତା, ରାମଗଡ ଆଦି ଗ୍ରାମର ଚାଷ ଜମିରେ ପାଣି ମାଡିବl ପାଇଁ କେନାଲ ନିର୍ମାଣ କରାଯାଇଛି l କିନ୍ତୁ ଚାଷୀ ଙ୍କ ହିତରେ ଏହି କେନାଲ ଏବେ ଲାଗି ପାରୁନ ଥିବା ଚାଷୀ ଅଭିଯୋଗ କରୁଛନ୍ତି l ଦୀର୍ଘ ବର୍ଷ ଧରି ପ୍ରକଳ୍ପ ରୁ ପଙ୍କ ଉଦ୍ଧାର ହୋଇନଥିବାରୁ ପାଣି ଗ୍ରହଣ ର କ୍ଷମତା ପ୍ରକଳ୍ପ ହରାଇବସିଛି l
ଅନ୍ୟପଟେ ଗାନ୍ଧୀ କେନାଲ ର ରକ୍ଷଣା ବେକ୍ଷଣ ଅଭାବ ରୁ କେନାଲ ରେ ଲଟା ବୁଦା ହେବା ହେତୁ ଚାଷୀ କ୍ଷେତକୁ ପାଣି ଯାଇ ପାରୁନି ଫଳରେ ମରୁଡି ପରିସ୍ଥିତି ପ୍ରତିବର୍ଷ ଦେଖା ଦେଉଛି l ସେପଟେ କେତେକ ସ୍ଥାନରେ କେନାଲ କଂକ୍ରିଟ କରଣ ହୋଇନଥିବାରୁ କେନାଲ ର ତଳ ମୁହଁ ରେ ବହୁ ସ୍ଥାନରେ ଘାଇ ସୃଷ୍ଟି ହେଉଛି l ବାରମ୍ବାର ଉକ୍ତ ବିବିଧ ସମସ୍ୟା ବିଭଗୀୟ ଅଧିକାରୀ କୁ ଲିଖିତ ଆକାର ରେ ଜଣେଇଥିଲେ ମଧ୍ୟ ସମସ୍ୟା ର ସମାଧାନ ହୋଇ ନଥିବାରୁ ଚାଷୀ ଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେଇଛି।ଏହି ବହୁବିଧ ସମସ୍ୟା କୁବର୍ଷା ପୂର୍ବରୁ ସମାଧାନ ନ କଲେ ବହୁ ଶୀଘ୍ର ଚାଷୀ ଆନ୍ଦୋଳନ ହେବ ବୋଲି ଚାଷୀ ଗୁପ୍ତେଶ୍ୱର ଦେହୁରୀ,ଅରୂପା ପାତ୍ର, ସୁଶାନ୍ତ କୁମାର ବେହେରା,ମକୁନ୍ଦ ପାତ୍ର, ବାମନ ବାରିକ, ଅଜିତ ଖେତୀ ପ୍ରମୁଖ ଚେତାବନୀ ଦେଇଛନ୍ତି l