ମୁନିଗୁଡା: ୨।୬ (ରମାକାନ୍ତ ପଡାଲ)ରାୟଗଡ ଜିଲ୍ଲା ଅମ୍ବାଦଳା ଦଧିବାମନ ମନ୍ଦିରରେ ଆଜି ଦେବ ସ୍ନାନ ପୂଜା ଆଡମ୍ବର ସହ ପାଳନ ହୋଇଯାଇଛି। ସକାଳ ୯ଘଟିକା ୧୪ମିନିଟରେ ପ୍ରଭୁ ଶ୍ରୀ ଦଧିବାମନ, ପତିତ ପାବନ ଓ ସୁଦର୍ଶନଙ୍କୁ ସ୍ନାନ ମଣ୍ଡପକୁ ବିଜେ କରାଇ ସେବାୟତ ମାନେ ସ୍ନାନ କରାଇଥିଲେ। ସ୍ନାନ ପରେ ସୁକ୍ରିୟ ସୁଶାନ୍ତ କୁମାର ପାତ୍ର ଓ ତାଙ୍କର ଧର୍ମ ପତ୍ନୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସୋଡସ ଉପଚାର ପୂଜା କରିଥିଲେ।

ଏହାପରେ ରଥ ତିଆରି ପାଇଁ ମଧ୍ୟ ପୂଜା କରାଯାଇଲା । ପୂଜକ ବିଜୟ ମିଶ୍ର, ବିପିନ ବିହାରୀ କର, ଅକ୍ଷୟ କୁମାର ରଥ ଓ ସେବାୟତ ସୁବ୍ରତ ପାଠୀ, ସନ୍ତୋଷ ପାଳ, ଧୋବା ସାବତ, ବିବେକାନନ୍ଦ ନନ୍ଦ, ମନୋଜ ପଣ୍ଡା, ଜୟରାମ ପାଢ଼ୀ, ଜିତୁ ପଣ୍ଡା, ମାଧବନନ୍ଦ ପତି, ରାମ ସାବତ, ଫିଲୁ ପାତ୍ର, ଯଦୁମଣି ପଣ୍ଡା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। କମିଟି ତରଫରୁ ସ୍ରୀନୁ ହଂସ, ରୁଦ୍ରସକ୍ତି ମହାପାତ୍ର, ରାଜେନ୍ଦ୍ର ନାହାକ, ଭିକାରୀ ନାହାକ, ଡମ୍ବୁର ହଂସ, ରଜନୀ ପୋଡ଼ାଲ, ବି. ତ୍ରିପତି ପାତ୍ର, ବି. ଶୀମାଞ୍ଚଳ ପାତ୍ର ପ୍ରମୁଖ ଏହି କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ମନ୍ଦିର ପୂଜକ ପିଣ୍ଟୁ ତ୍ରିପାଠୀ ପୂଜା କାର୍ଯ୍ୟକୁ ନିଭାଇ ଥିଲେ।