୬କୋଟି ର କୋଠା , ଉଦଘାଟନ କୁ ପୁରିଲା ମାତ୍ର ୪ ମାସ 
ଧର୍ମଗଡ:୨୬/୬(ହେମନ୍ତ କୁମାର ମାଝୀ)ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ପରିସର ରେ ନବ ନିର୍ମିତ ପ୍ରସୂତି ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର (ଏମ.ସି.ଏଚ) ବିଲ୍ଡିଂ ରେ ବର୍ଷା ଜଳ ଲହଡ଼ି ଭାଙ୍ଗୁଛି । ନିର୍ମାଣ ଶୈଳୀ ରେ ତ୍ରୁଟି ଯୋଗୁଁ ବର୍ଷା ଜଳ ପଦାକୁ ଯିବା ପରିବର୍ତ୍ତେ ହସ୍ପିଟାଲ ଭିତରେ ଲହଡ଼ି ଭାଙ୍ଗୁଛି । ଯାହାକୁ ନେଇ ରୋଗୀ, ରୋଗୀ ଙ୍କ ସମ୍ପର୍କୀୟ ଙ୍କ ସମେତ ଡାକ୍ତର ଓ ହସପିଟାଲ କର୍ମଚାରୀ ନାହି ନ ଥିବା ସମସ୍ୟା ଭୋଗୁ ଛନ୍ତି ।

କଳାହାଣ୍ଡି ଜିଲ୍ଲା ର ଦ୍ବିତୀୟ ବୃହତ୍ତମ ଚିକିତ୍ସାଳୟ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ପ୍ରସୂତି ମହିଳା ଏବଂ ଶିଶୁ ମାନଙ୍କୁ ଉତ୍ତମ ମାନ ର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପ୍ରାୟ ୬କୋଟି ଟଙ୍କା ବ୍ୟୟ ଅଟକଳ ରେ ଏମ.ସି.ଏଚ ବିଲଡିଂ ର ନିର୍ମାଣ ଦୁଇ ବର୍ଷ ତଳେ ଆରମ୍ଭ ହୋଇ ଥିଲା । ଯାହାକି ଗତ ଫେବୃଆରୀ ମାସ ରେ ଆଭାସି ମାଧ୍ୟମ ରେ ତତ୍କାଳୀନ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଲୋକାର୍ପିତ ହୋଈ ଥିଲା । ଲୋକାର୍ପଣ କୁ ମାତ୍ର ଚାରି ମାସ ସମୟ ହୋଈ ଥିବା ବେଲେ ତ୍ରୁଟିପୂର୍ଣ୍ଣ ନିର୍ମାଣ ଶୈଳୀ ଯୋଗୁଁ ବର୍ଷା ହେଲେ ବର୍ଷା ଜଳ ରେମ୍ପ ଦେଇ ହସ୍ପିଟାଲ ମଧ୍ଯ କୁ ପ୍ରବେଶ କରୁଛି ।

ହସ୍ପିଟାଲ ବାରଣ୍ଡା ଗ୍ରାଉଣ୍ଡ ଫ୍ଲୋର, ପ୍ରଥମ ମହଲା ରେ ବର୍ଷା ଜଳ ଜମି ରହୁଚି । ଖାଲି ବାରଣ୍ଡା ନୁହେଁ,ଅଭ୍ୟର୍ଥନା କକ୍ଷ, ଡ୍ରେସିଂ ରୁମ କୁ ମଧ୍ଯ ପାଣି ପଶି ଯାଉଛି । ଫଳ ରେ ରୋଗୀ ଏବଂ ଡାକ୍ତର ଖାନା କର୍ମଚାରୀ ସମସ୍ତେ ହଇରାଣ ହେଉଛନ୍ତି । ସେହି ଭଳି ଏହି କୋଠା ଟି ତିନି ମହଲା ବିଶିଷ୍ଟ ହୋଈ ଥିବା ବେଳେ ଏଠାରେ ଲିଫ୍ଟ ଲାଗିବା ବ୍ୟବସ୍ତା ଅଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଏଠାରେ ଲିଫ୍ଟ ଲଗା ଯାଇ ନାହିଁ। ଫଳ ରେ ଡ୍ୟୁଟି କରୁଥିବା ଡ଼ାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ସେବା ଦେବା ପାଇଁ ଉପର ତଳ ହୋଈ ନାକେଦମ୍ ହେଉଛନ୍ତି ।

ଖାଲି ଯେ ଡାକ୍ତର କର୍ମଚାରୀ ହଇରାଣ ହେଉଛନ୍ତି ତାହା ନୁହେଁ ରୋଗୀ ମାନେ ମଧ୍ଯ ସମ ପରିମାଣ ରେ ହଇରାଣ ହେଉଛନ୍ତି ।
ଏ ସମ୍ପର୍କ ରେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ଙ୍କୁ ଯୋଗାଯୋଗ କରିବା ରୁ ଉପରିସ୍ଥ ଅଧିକାରୀ ସମେତ କୋଠା ନିର୍ମାଣ ଦାୟିତ୍ବ ଥିବା ଅଧିକାରୀ ଓ ଯନ୍ତ୍ରୀ ଙ୍କୁ ଏ ବିଷୟରେ ସୂଚିତ କରାଯାଇଛି ବୋଲି ସେ କହିଥିଲେ। ତୁରନ୍ତ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରହଣ କରିବାକୁ ଦାବି ହେଉଛି ।