ହରଭଙ୍ଗା; (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଗ ର ପୁରୁଣାକଟକ କ୍ଷୁଦ୍ର ଜଳସେଚନ ଅଧୀନରେ ଥିବା ହରଭଙ୍ଗା ଠାରେ ଶଗଡ଼ିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରୁ ହରଭଙ୍ଗା, ବୁକେସିଙ୍ଗା,କୁଡାସିଙ୍ଗ, ଡିଆଁଘାଟ, ସୁରୁଣ୍ଡି ଆଦି ଗ୍ରାମ ର 5 ଶହ ଏକର ରୁ ଉର୍ଦ୍ଧ ଚାଷଜମି ଜଳ ସେଚିତ ହେବା ଦ୍ୱାରା ଚାଷୀ ମାନେ ଉପକୃତ ହେଉଛନ୍ତି।କିନ୍ତୁ ଚଳିତ ବର୍ଷ ଖରିପ ଋତୁ ରେ ଏହି ସବୁ ଅଞ୍ଚଳ ର ଚାଷୀମାନେ ବିଭାଗ ର ଅବହେଳା ଯୋଗୁଁ ପାଣି ପାଇବା ନେଇ ଚିନ୍ତିତ ହୋଇପଡିଛନ୍ତି।

ପ୍ରକାଶଥାଉ କି ଏହି କେନାଲ ଭିତରେ ବାଲି, ମାଟି,ପଙ୍କ,ଲଟାବୁଦା ରେ ପୋତି ହୋଇଯାଇଛି।ଫଳରେ କେନାଲ ଦେଇ ଜଳ ପ୍ରଭାହିତ ହୋଇପାରୁନାହିଁ ।ଫଳରେ ଚାଷୀ ମାନେ ଜମିକୁ ପାଣି ମଡ଼ାଇ ପାରୁନାହାନ୍ତି। ଆଗକୁ ବର୍ଷା ଋତୁ ଆସୁଛି। ଚାଷ ପୂର୍ବରୁ ଯଦି କେନାଲ ସଫା କରା ନ ଯାଏ ଚାଷୀମାନେ କେନାଲ ପାଣି ରୁ ବଞ୍ଚିତ ହେବା ନେଇ ମତ ରଖିଛନ୍ତି ।

ଏ ବାବଦରେ ଅଞ୍ଚଳ ର ଚାଷୀ ଭିକାରୀ ମାଝୀ , ନାକୁ ଦନାୟକ, ସନ୍ତୁ ନାୟକ, ନାରାୟଣ ଦନାୟକ, ରାଜିନ୍ଦ୍ର ପ୍ରଧାନ ଙ୍କ ସମେତ ବହୁ ଚାଷୀ ବିଭାଗୀୟ ଅଧିକାରୀ ଙ୍କୁ ଜଣେଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିବା ଅଭିଯୋଗ କରିଛନ୍ତି।ଉକ୍ତ ଘଟଣା କୁ ନେଇ ପୁରୁଣାକଟକ କ୍ଷୁଦ୍ର ଜଳସେଚନ ବିଭାଗ ର ଯନ୍ତ୍ରୀ ଙ୍କୁ ପଚାରିବାରୁ ବୌଦ୍ଧ କ୍ଷୁଦ୍ର ଜଳସେଚନ ନିର୍ବାହିଯନ୍ତ୍ରୀ ଙ୍କୁ ଜଣେଇ ଦିଆ ହୋଇଛି ଓ ଖୁବଶୀଘ୍ର ପଦକ୍ଷେପ ନିଆ ହେବ ବୋଲି କହିଲେ।ତେଣୁ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଯଦି 10 ଦିନ ଭିତରେ କେନାଲ ସଫା କରାନଯାଏ ତା ହେଲେ କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଚାଷୀ ମାନେ ଚେତାବନୀ ଦେଇଥିବା ସୂଚନା ମିଳିଛି।