ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ). କ୍ଷୁଦ୍ର ଜଳ ସେଚନ ବିଭାଗ ର ବିଲେଇ ଘାଇ ପ୍ରକଳ୍ପ ରୁ ଆସିଥିବା ଲକ୍ଷ୍ମଣପୁର -କରଞ୍ଜ କଟା ସେଖା କେନାଲ ରେ ଘାଇ ସୃଷ୍ଟି ହେବା ନେଇ ଚିନ୍ତାରେ ଶତାଧିକ ଚାଷୀ l ବର୍ତମାନ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ହରଭଙ୍ଗା ବ୍ଲକ କରଞ୍ଜକଟା ପଞ୍ଚାୟତ ର ଲକ୍ଷ୍ମଣ ପୁର, କରଞ୍ଜ କଟା, ଉପରିକଟା, ତୁକୁଲୁଣ୍ଡା, ଆଦି ଗ୍ରାମର ଶତାଧିକ ଚାଷୀ ଏହି କେନାଲ ରୁ ପାଣି ଚାଷ ଜମିରେ ମଡ଼ାଇ ଧାନ ଚାଷ କରନ୍ତି l

କିନ୍ତୁ ଚଳିତ ବର୍ଷ ଅଦିନିଆଁ ବର୍ଷା ରେ ଲକ୍ଷ୍ମଣ ପୁର ଠାରୁ କରଞ୍ଜ କଟା ଆସିଥିବା ଶାଖା କେନାଲ ରେ ଦୁଇ ରୁ ତିନି ସ୍ଥାନରେ ବିରାଟ ବିରାଟ ଘାଇ ସୃଷ୍ଟି ସହିତ ଅନ୍ୟ ଏକ ସ୍ଥାନରେ ଏ ଆର ଏସ ଏସ ଘରୋଇ ଠିକା ସଂସ୍ଥା କେନାଲ ଉପରେ ମାଟି ପକାଇ ରାସ୍ତା ନିର୍ମାଣ କରିଛି ଯାହାକି ଆଗାମୀ ଖରିଫ ଋତୁ ରେ ଚାଷୀ ଉକ୍ତ କେନାଲ ରୁ ପାଣି ପାଇବାରେ ବଞ୍ଚିତ ରହିବ l

ତେଣୁ ବିଭାଗ ଉକ୍ତ କେନାଲ ରେ ହୋଇଥିବା ଘାଇ ଓ ଠିକା ସଂସ୍ଥା ର ମାଟି ପକା ଘଟଣାକୁ ସ୍ୱତନ୍ତ୍ର ଦୃଷ୍ଟି ରେ ରଖି ଯଥାଶୀଘ୍ର ସମସ୍ୟା ର ସମାଧାନ କରିବା ପାଇଁ ଚାଷୀ ଅଜିତ ରାଜହଂସ, ନୃସିଂହ ଚରଣ ଦେହୁରୀ, ଗଣେଶ ମହାଲ୍ଲିକ, ଜୟନ୍ତ ବେହେରା ଙ୍କ ସମେତ ଶତାଧିକ ଚାଷୀ ଦାବି କରିଥିବା ସହିତ ଆଗାମୀ ଦିନରେ ସମସ୍ୟା ସମାଧାନ ନ ହେଲେ ବିଭାଗୀୟ କାର୍ଯ୍ୟାଳୟ ଘେରାଉ ପାଇଁ ଚାଷୀ ଚେତାବନୀ ଦେଇଛନ୍ତି l