ଧର୍ମଗଡ଼ :  ୩୦/୬( ହେମନ୍ତ କୁମାର ମାଝୀ)କେନ୍ଦ୍ର ସରକାର ହେଉ କି ରାଜ୍ୟ ସରକାର ଲୋକମାନଙ୍କ ପାଇଁ ଯାତାୟାତ ପାଇଁ ସରକାର ଉଚ୍ଚ ମାନର ରାସ୍ତା ତିଆରି ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି । କିନ୍ତୁ ସରକାରୀ ଵାଵୁ ମାନେ ନିଜର ଠିକାଦାର କୁ ସୁହାଇଲା ପରି ଆବଶ୍ୟକ ନଥିବା ରାସ୍ତା କିମ୍ବା କୋଠା ନିର୍ମାଣ କରୁଥିବା ସାଧାରଣ ରେ ଅଭିଯୋଗ ହେଉଛି। କିନ୍ତୁ ଆବଶ୍ୟକ ଥିବା ରାସ୍ତା କୁ ମରାମତି ପାଇଁ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି।ତା’ର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି।

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏନ୍, ଏ,ସି ଧର୍ମଗଡ଼ ଵସ୍ତିପଡା ଠାରୁ ତେନ୍ତୁଲିଆପଡା କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ରାସ୍ତା ତିଆରି ହୋଇ ଦୀର୍ଘ ଦିନ ବିତିଯାଇଥିଲେ ହେଁ ମରାମତି କରାନଯିବା ଫଳରେ ରାସ୍ତା ର ଅନେକ ସ୍ଥାନରେ ଖାଳ ନାଳ ହୋଇଥିବା ଦେଖିବା କୁ ମିଳୁଛି। ଉକ୍ତ ରାସ୍ତା କୁ ମରାମତି ପାଇଁ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ହେଁ ମରାମତି ପାଇଁ ଵିଭାଵଗିୟ ତରଫରୁ କୋୖଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି ।

ଏହି ରାସ୍ତା ରେ ଦୈନିକ ଛାତ୍ର ଛାତ୍ରୀ ସ୍କୁଲ୍ ଯିବା ଆସିବା ରୋଗୀ ଚିକିତ୍ସିତ ପାଇଁ ଡାକ୍ତରଖାନା ଏଵଂ ଅନେକ ଚାଷୀ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଉକ୍ତ ରାସ୍ତା ମଝିରେ ମଝିରେ ଗାତ ହୋଇଥିବା ରୁ ଦୈନିକ ଛୋଟ ଛୋଟ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଏହି ରାସ୍ତା କୁ ଖୁବଶିଘ୍ର ମରାମତି କରାନଗଲେ ଆଗାମୀ ଦିନରେ ବଡ ଦୁର୍ଘଟଣା ନ ଘଟିଵ ଵୋଳି କହିହେବ ନାହିଁ ! ଏଣୁ ଉକ୍ତ ରାସ୍ତା କୁ ଶିଘ୍ର ମରାମତି କରାଯିବା ପାଇଁ ସାଧାରଣ ରେ ଅଭିଯୋଗ ହେଉଛି। ଵିଭାଵଗିୟ ନିର୍ବାହୀ ଯନ୍ତ୍ରୀ ଙ୍କ ସହିତ ଯୋଗାଯୋଗ କରିବା ରୁ ଖୁବ ଶିଘ୍ର ମରାମତି କରିବ ବୋଲି କହୁଥିବା ବେଳେ ଯନ୍ତ୍ରୀ ସହିତ ଯୋଗାଯୋଗ କଲେ ସାର୍ ସହିତ କଥା ହୋଇ ରାସ୍ତା ମରାମତି କାମ ଖୁବ ଶିଘ୍ର ଆରମ୍ଭ କରାଯିବ ଵୋଳି କହିଥିଲେ । ହେଲେ ଦେଖିବାକୁ ବାକି ରହିଲା ରାସ୍ତା କେବେ ମରାମତି ହେଉଛି।