ହରଭଙ୍ଗା 4/7/24 (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ବନଖଣ୍ଡ ମାଧପୁରରେଞ୍ଜ ତଳଗାଁ ଫରେଷ୍ଟ ସେକଶନ କଣ୍ଟିଶ୍ୱର ରେ 75 ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି l ଯାହାକି ପ୍ରଧାନ ମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ବୃକ୍ଷ ରୋପଣ ଏକ ମହୋତ କାମ ବୃକ୍ଷ ବିନା ବଂଚିବା ଅସମ୍ଭବ ଏଣୁ ଜଣେ ମା ଗୋଟିଏ ଗଛ ଲଗାଇବା ଅତି ଜରୁରୀ l ଏହି ପବିତ୍ର ତିଥିରେ ସମସ୍ତ ଅନୁଷ୍ଠାନ ବିଦ୍ୟାଳୟ କଲେଜ ଆଦି ସ୍ଥାନ ମାନଙ୍କରେ ଜୁଲାଇ ଏକ ତାରିଖରୁ ସାତ ତାରିଖ ପର୍ଯ୍ୟନ୍ତ ବନମୋହଶ୍ଚବ ପାଳିତ ହୋଇ ଥାଏ

ଏହି ପରି ପ୍ରେକ୍ଷୀରେ କଣ୍ଟିଶ୍ୱର ଗ୍ରାମ୍ୟ ଜଙ୍ଗଲ ରେ ଆଜୀ ବିଭିନ୍ନ ଚାରା ଯଥା ଆମ୍ବ, ପଣସ, ଜାମୁ, ତେନ୍ତୁଳି, ଆଦି 7 ହେକ୍ଟର ଜାଗାରେ ପ୍ରାୟ 11ହଜାର ଚାରା ଲଗାଯିବାର ଶୁଭାରମ୍ଭ ହୋଇ ଯାଇଛି ଏହି ବୃକ୍ଷ ରୋପଣ ର ଆରମ୍ଭରେ ମୁଖ୍ୟ ଅତିଥି ଭାବେ ତଳଗାଁ ପଂଚାୟତ ର ସରପଞ୍ଚ ଶ୍ରୀମତୀ ପ୍ରତିମା କଂହର ଉପସ୍ଥିତ ରହି ପ୍ରଥମେ ଧରଣୀ ମା ନିକଟ ରେ ଗ୍ରାମର ବୟୋଜ୍ୟେଷ୍ଟ ବ୍ୟକ୍ତି ଙ୍କ ସହ ପୂଜା ଅର୍ଚନା କରି ଗଛ ଲଗାଇବାର ଶୁଭ ଉଦଘାଟନ କରିଥିଲେ

ଏଥିରେ କଣ୍ଟିଶ୍ୱର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ବେହେରା ଛାତ୍ର ଛାତ୍ରୀ, ମହିଳା ସ୍ୱୟଂ ସହୟକ ଦଳ, ସାମ୍ବାଦିକ, ଗ୍ରାମର ଭଦ୍ର ବ୍ୟକ୍ତି ଏବଂ ମାଧପୁର ବନାଞ୍ଚଳ ଅଧିକାରୀ ଆସିକ କୁମାର ଦିଗାଲ, ଫରେଷ୍ଟର ସୁମନ୍ତ ମଲ୍ଲିକ ବିଜୟା ନନ୍ଦ ସାହୂ, ଅଭିମନ୍ୟୁ ମଂହାନ୍ତି, ସୁନୀଲ ଖେତୀ ଶରତ ଚନ୍ଦ୍ର ନାୟକ, ଅର୍ଜୁନ ବେହେରା ଏବଂ ସମସ୍ତ ସ୍କ୍ୱାଡ଼ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ ରେ ସହଯୋଗ କରିଥିଲେ ଏହି ଅବସର ରେ ଶ୍ରୀ ଦିଗାଲ ଗ୍ରାମର ସମସ୍ତ ମହିଳା ଏବଂ ଛାତ୍ର ଛାତ୍ରୀଙ୍କୁ ଗଛ ଲଗାଇବା ର ଉପକାରିତା ଏବଂ ଗଛ ବୃକ୍ଷ ଦ୍ୱାରା ବର୍ଷା ଅଧିକ ହୋଇ ଥାଏ ଏବଂ ବାୟୁ ଦୂଷିତ ହୋଇ ନ ଥାଏ ଏଣୁ ସମସ୍ତ ଙ୍କୁ ନିବେଦନ କରି କହି ଥିଲେ ବୃକ୍ଷ ହିଁ ଜୀବନ ଗଛ ବିନା ବଂଚିବା ଅସମ୍ଭବ ଏଣୁ ଛୋଟ ରୁ ବଡ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ବଞ୍ଚାଇ ଇ ବାକୁ ଶପଥ ନେଇ ଥିଲେ l